ଆରପାରିରେ ଖ୍ୟାତିନାମା ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥ
ଖ୍ୟାତାନାମା ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ ହୋଇଛି । କଟକ କନିକା ଛକରେ ଥିବା ତାଙ୍କ ବାସଭବନରେ ଡାକ୍ତର ରଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୮୭ ବର୍ଷ ବୟସରେ ଡାକ୍ତର ରଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଜଣେ ଭଲ ଡାକ୍ତର ଓ ନ୍ୟୁରୋ ସର୍ଜନ ଭାବେ ସେ ଦେଶରେ ଓ ଦେଶ ବାହାରେ ମଧ୍ୟ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି । ୧୯୭୬ ମସିହା ଜୁଲାଇ ୨୫ ତାରିଖରେ ଡାକ୍ତର ରଥ ଜନ୍ମ ଗ୍ରହଣ କରିଥିଲେ । ୧୯୫୭ ମସିହାରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିବା ପରେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୬୨ ମସିହାରେ ଅସ୍ତ୍ରୋପଚାରରେ ସ୍ନାତକତ୍ତୋର ଶିକ୍ଷା ଗ୍ରହଣ କରି ପରେ ଭେଲର ମେଡିକାଲ୍ କଲେଜରୁ ନ୍ୟୁରୋ ସର୍ଜରରୀରେ ସ୍ନୋତୋକତ୍ତୋର ଡିଗ୍ରୀ ହାସଲ କରିଥିଲେ । ସେହି ମସିହାରେ ସେ ଏସ୍ସିବି ମେଡିକାଲ୍ କଲେଜ୍ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥଇଲେ । ୧୯୯୧ ମସିହାରେ ସେ ଡିଏମ୍ଇଟିକ ନିର୍ଦେଶକ ଥିଲେ । ଡାକ୍ତର ସନାତନ ରଥଙ୍କ ନିଧନରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Comments are closed.