ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ବାହାର ଲୋକ ମଧ୍ୟ ଜାମ୍ମୁ କାଶ୍ମୀରରେ ଦେଇପାରିବେ ଭୋଟ୍
ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ହିରଦେଶ କୁମାର ଏକ ପ୍ରମୁଖ ଘୋଷଣା କରିଛନ୍ତି। କାଶ୍ମୀର ବାହାରେ ଥିବା ଲୋକଙ୍କୁ ମଧ୍ୟ ଆୟୋଗ ଭୋଟ୍ ଅଧିକାର ପ୍ରଦାନ କରିଛନ୍ତି। ଏଥିରେ କର୍ମଚାରୀ, ଛାତ୍ର, ଶ୍ରମିକ କିମ୍ବା ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତିମାନେ ସାମିଲ ହେବେ,ଯେଉଁମାନେ ସାଧାରଣତ ଜାମ୍ମୁ କାଶ୍ମୀରରେ ରୁହନ୍ତି ସେମାନେ ସେମାନଙ୍କର ନାମ ଭୋଟର ତାଲିକାରେ ଲେଖାଇ ପାରିବେ। ଏହା ସହ ଜାମ୍ମୁ କାଶ୍ମୀରରେ ହେବାକୁ ଥିବା ନିର୍ବାଚନରେ ସେମାନେ ଭୋଟ୍ ଦେଇପାରିବେ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ବାହାର ଲୋକଙ୍କୁ ଭୋଟର ଭାବରେ ତାଲିକାଭୁକ୍ତ କରିବା ପାଇଁ ବାସସ୍ଥାନ ଆବଶ୍ୟକ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ,ଅନ୍ୟ ରାଜ୍ୟରୁ ସଶସ୍ତ୍ର ବାହିନୀର କର୍ମଚାରୀମାନେ ମଧ୍ୟ ଭୋଟର ତାଲିକାରେ ସେମାନଙ୍କ ନାମ ଯୋଡିପାରିବେ।
ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି ଯେ ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟ୍ ଦେବା ପାଇଁ କୌଣସି ରୋକ ନାହିଁ । ସେ କହିଛନ୍ତି, ଏଥିରେ କୌଣସି ଫରକ ପଡ଼େନି ଜାମ୍ମୁ କାଶ୍ମୀରରେ କିଏ କେତେ ଦିନ ବାସ କରୁଛନ୍ତି । ଜାମ୍ମୁ କାଶ୍ମୀରରେ ଅଣ-ସ୍ଥାନୀୟ ଲୋକ ରହୁଛନ୍ତି କି ନାହିଁ ତାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଇଆରଓ ଗ୍ରହଣ କରିବେ। ଏପରିକି ଏଠାରେ ଭଡ଼ାରେ ରହୁଥିବା ଲୋକମାନେ ମଧ୍ୟ ଭୋଟ୍ ଦେଇପାରିବେ। ସେ କହିଛନ୍ତି ମତଦାନ ସୂଚୀରେ ପ୍ରାୟ ୨୦ ରୁ ୨୫ ଲକ୍ଷ ନୂଆ ମତଦାତା ସାମିଲ ହେବେ ।
Comments are closed.