ଏକ ପେଡ୍ ମା’ କେ ନାମ୍ ୨.୦
ଧାମରା ପୋର୍ଟ ତରଫରୁ ୭ ହଜାରରୁ ଊଦ୍ଧ୍ୱର୍ ଚାରାରୋପଣ
ଧାମରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଆଜି ସମଗ୍ର ଦେଶରେ ପରିବେଶ ସୁରକ୍ଷା ଭାବେ ପାଳନ କରାଯାଉଛି । ଏହି ଶୁଭ ଦିବସରେ ସରକାରଙ୍କ ଦ୍ୱାରା ଚାରାରୋପଣ ‘ଏକ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ଆଦାନୀ ଧାମରା ପୋର୍ଟ ତରଫରୁ ୭ ହଜାର ରୁ ଊଦ୍ଧ୍ୱର୍ ଚାରା ରୋପଣ କରାଯାଇଛି । ପରିବେଶ ସୁରକ୍ଷା ସହ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନକୁ ହ୍ରାସ କରି ଶୁଦ୍ଧ ଅମ୍ଳଜାନ ଯୋଗାଇବା, ଜଳବାୟୁ ପରିବର୍ତ୍ତନକୁ ରୋକିବା, ମୃତ୍ତିକା ଅବକ୍ଷୟ ରୋକିବା, ଜୈବ ବିବିଧତା ବଢାଇବା ଇତ୍ୟାଦି ଏହି ବୃକ୍ଷରୋପଣର ମୁଖ୍ୟ ଉଦେ୍ଦଶ୍ୟ । ‘ଏକ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ପୋର୍ଟର ସମସ୍ତ କର୍ମଚାରୀ ସାମିଲ ହେବା ସହ ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଧରିତ୍ରୀ ମା’ ର ସୁରକ୍ଷା ପାଇଁ ଏହି ଚାରା ରୋପଣ ଅଭିଯାନଟି ଧାମରା ପୋର୍ଟରେ ସଫଳତାର ସହ ଆୟୋଜିତ ହୋଇଥିଲା ।
Comments are closed.