ଶେଷରେ ମନ କଥା ଖୋଲିିଲେ ଶାସ୍ତ୍ରୀ, କହିଲେ- ବିସିସିଆଇର କିଛି ଲୋକ ମୋତେ କୋଚ୍ କରାଇ ଦେବାକୁ ଚାହୁଁନଥିଲେ

Share It

ଭାରତୀୟ କ୍ରିକେଟ ଟିମ୍‌ରେ ବର୍ତ୍ତମାନ ପରିବର୍ତ୍ତନର ଯୁଗ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଟି୨୦ ଓ ଦିନିକିଆ ଟିମ୍‌ର କ୍ୟାପଟେନ୍ କରିଦିଆଯାଇଛି। ଏହା ପୂର୍ବରୁ ଭାରତୀୟ ଟିମ୍‌ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ ଟି-୨୦ ବିଶ୍ବକପ୍ ୨୦୨୧ ପରେ ଟିମ୍ ଇଣ୍ଡିଆରୁ ନିଜେ ଇସ୍ତଫା ଦେଇଥିଲେ। ଶାସ୍ତ୍ରୀ ହେଡ୍‌ କୋଚ୍ ଭାବରେ ପ୍ରଥମ କାର୍ଯ୍ୟକାଳ ୨୦୧୭ ରେ ଆରମ୍ଭ ହୋଇଥିଲା, ଏହାପରେ ୨୦୧୯ ରେ ତାଙ୍କୁ ପୁଣିଥରେ ନିଯୁକ୍ତ କରାଯାଇଥିଲା ଏବେ ତାଙ୍କ ସ୍ଥାନରେ ରାହୁଲ ଦ୍ରାଭିଡ୍‌ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶାସ୍ତ୍ରୀ ଓ କୋହଲିଙ୍କ ଯୋଡି ତିନୋଟି ଫର୍ମାଟରେ ଧମାଲ କରିଥିଲେ। କିନ୍ତୁ ଆଇସିସି ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ଶାସ୍ତ୍ରୀ ଜଣେ କୋଚ ଭାବରେ ନିଜର କାର୍ଯ୍ୟକାଳକୁ ମନେପକାଇ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ଶାସ୍ତ୍ରୀ କହିଛନ୍ତି, ବିସିସିଆଇରେ କିଛି ଲୋକ ଅଛନ୍ତି ଯେଉଁମାନେ କି ତାଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର କୋଚ୍ କରାଇବାକୁ ଚାହୁଁନଥିଲେ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶାସ୍ତ୍ରୀ ୨୦୧୭ କଥା କହିଛନ୍ତି । ସେ କହିଛନ୍ତି, ବିସିସିଆଇରେ କିଛି ଲୋକ ଥିଲେ, ଯେଉଁମାନେ ତାଙ୍କୁ ଟିମ୍ ଇଣ୍ଡିଆର କୋଚ୍ କରିବାକୁ ଚାହୁଁନଥିଲେ। ମୋତେ ଯେଉଁଭଳି ଭାବରେ ବାହାର କରାଯାଇଥିଲା, ତାହା ମୋତେ ଖୁବ୍ ଦୁଃଖ ଦେଇଥିଲା। ସେମାନେ ମୋତେ କହିପାରିଥାନ୍ତେ ଯେ ଆମକୁ ତୁମର ଦରକାର ନାହିଁ, ତୁମେ ଆମକୁ ପସନ୍ଦ କରୁନାହଁ, ଏହି ଭୂମିକା ପାଇଁ ଆମକୁ ଅନ୍ୟ କେହି ଦରକାର। ଯଦି ତାହା ହୋଇଥାନ୍ତା, ମୁଁ ନିଜେ ଛାଡି ଦେଇଥାନ୍ତି। ପ୍ରାୟ ୯ ମାସ ବିତିବା ପରେ ମଧ୍ୟ ମୋର କୌଣସି ଧାରଣା ନଥିଲା ଯେ ଦଳରେ କିଛି ଭୁଲ ଚାଲିଛି।

୫୯ ବର୍ଷୀୟ ରବି ଶାସ୍ତ୍ରୀ କହିଛନ୍ତି, ବିସିସିଆଇର କିଛି ଲୋକ ଚେଷ୍ଟା କରୁଥିଲେ ମୋତେ ହେଡ୍ କୋଚ୍ ପଦ ନମିଳୁ। ଡଙ୍କନ ଫ୍ଲେଚର କୋଚ୍ ପଦବୀ ଛାଡିବା ପରେ ଅନିଲ କୁମ୍ବଲେଙ୍କୁ ଭାରତୀୟ ଟିମ୍‌ର କୋଚ୍ ପଦ ଦିଆଯାଇଥିଲା। ତେବେ ଏହି ଦୌଡରେ ସେତେବେଳେ ରବି ଶାସ୍ତ୍ରୀ ମଧ୍ୟ ସାମିଲ ଥିଲେ। ସେତେବେଳେ କୁମ୍ବଲେଙ୍କୁ କୋଚ୍ କରାଯାଇଥିଲା। ଦିଆଯାଇଥିଲା। ବିରାଟ କୋହଲିଙ୍କ ସହ ବିବାଦ ପରେ କୁମ୍ବଲେ ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲର ଦୁଇଦିନ ପରେ କୋଚ୍ ପଦରୁ ଇସ୍ତଫା ଦେଇଥିଲେ। କୁମ୍ବଲେଙ୍କ ଇସ୍ତଫା ପରେ ଶାସ୍ତ୍ରୀଙ୍କୁ କୋଚ୍ ଭାବରେ ନିଯୁକ୍ତ କରାଯାଇଥିଲା। ଶାସ୍ତ୍ରୀ କହିଛନ୍ତି, ମୋର ଦ୍ବିତୀୟ କାର୍ଯ୍ୟକାଳ ବେଳେ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା। ସେତେବେଳେ ଲୋକେ ଅନ୍ୟ କାହାକୁ ସିଲେକ୍ଟ କରିଥିଲେ, କିନ୍ତୁ ୯ ମାସ ପରେ ତାଙ୍କୁ ଦ୍ବିତୀୟ ଥର ମୋ ପାଖକୁ ଆସିବାକୁ ପଡିଲା, ଯେଉଁଲୋକମାନେ ମୋତେ ଏହି ପଦ ମିଳୁ ବୋଲି ଚାହୁଁନଥିଲେ ସେହି ଲୋକଙ୍କ ପାଇଁ ଏହା ନିଶ୍ଚିତ ପକ୍ଷେ ଲଜ୍ଜିତ ହେବା ଭଳି କଥା ଥିଲା।


Share It

Comments are closed.