ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଉପରେ ବ୍ରିଟିଶ ହାଇ କମିଶନର ସହ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଆଲୋଚନା
– ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପାଇଁ ସହଭାଗୀତା ଉପରେ ବିଶେଷ ଫୋକସ
ଭୁବନେଶ୍ଵର, ତା୧୯/୦୩/୨୦୨୫ : ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ଲୋକସେବା ଭବନର କାର୍ଯ୍ୟାଳୟରେ ବ୍ରିଟିଶ ହାଇ କମିଶନର ମିଷ୍ଟର ଆଣ୍ଡ୍ରୟୂ ଫ୍ଲେମିଙ୍ଗଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ମିଷ୍ଟର ଫ୍ଲେମିଙ୍ଗ ଓଡ଼ିଶା ପର୍ଯ୍ୟଟନ ସହ ଓଡ଼ିଶା ସରକାରଙ୍କ ଦୁରଦୁଷ୍ଟି ସମ୍ପନ୍ନ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଓଡ଼ିଶାର କ୍ରୀଡା ଓ ପର୍ଯ୍ୟଟନ ବିକାଶ ଅନ୍ୟ ସମସ୍ତ ଦେଶ ପାଇଁ ପ୍ରେରଣାର ଉତ୍ସ ବୋଲି ସେ ଉଲ୍ଲେଖ କରିଥିଲେ ।

ୱାର୍ଲ୍ଡ ଟ୍ରାଭେଲ ମାର୍କେଟରେ ଓଡ଼ିଶାର ଅଂଶଗ୍ରହଣକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମି ର ବିକାଶ ଉପରେ ବିଶେଷ ଆଲୋକପାତ କରିବା ସହ ରାଜ୍ୟର ମହିଳା ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ରିକ ତାଲିମ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵ ଦେଇଥିଲେ । ଶିଶୁ ଶ୍ରମିକ ଓ ମହିଳା ଓ ଶିଶୁ ଚୋରା ଚାଲାଣ ରୋକିବା ପାଇଁ ସହଭାଗିତାରେ କାର୍ଯ୍ୟ କରିବା ନିମନ୍ତେ ଏହି ଆଲୋଚନାରେ ଗୁରୁତ୍ଵ ଦିଆଯାଇଥିଲା ।
Comments are closed.