ଡିଏସ ଗ୍ରୁପ ପକ୍ଷରୁ ପଲ୍ସ ଗୋଲମୋଲର ଶୁଭାରମ୍ଭ
ଭୁବନେଶ୍ୱର: ଏକ ବ୍ୟବସାୟିକ ନିଗମ ଏବଂ ଏକ ଅଗ୍ରଣୀ ଏଫଏମସିଜିି ସଂଗଠନ, ଧରମପାଲ ସତପାଲ ଗ୍ରୁପ (ଡିଏସ ଗ୍ରୁପ) ଏହାର ନୂଆ ଉତ୍ପାଦ ଶୃଙ୍ଖଳ-ପଲ୍ସ ଗୋଲମୋଲ ଇମିଲି ଫ୍ଲେବର ଗୋଲିର ଶୁଭାରମ୍ଭ ଘୋଷଣା କରିଛି । ପିଢି ପିଢି ଧରି ଲୋକଙ୍କୁ ଆମୋଦିତ କରୁଥିବା ପରିଚିତ ତେନ୍ତୁଳି (ଇମିଲି) ସ୍ୱାଦ ଦ୍ୱାରା ଅନୁପ୍ରାଣିତ ହୋଇ ପଲ୍ସ ଗୋଲମୋଲର ଶୁଭାରମ୍ଭ କରିଛି, ଯାହାର ପ୍ରତି ପାଉଚ ପାଇଁ ମୂଲ୍ୟ ମାତ୍ର ୧ ଟଙ୍କା ରହିଛି । ଉଚ୍ଚ ଗୁଣମାନର ଉପାଦାନରୁ ତିଆରି ପଲ୍ସ ଗୋଲମୋଲ ଇମିଲି ଗୋଲି ପ୍ରାକୃତିକ ତେନ୍ତୁଳିରୁ ପ୍ରସ୍ତୁତ, ଯାହା ପାଚନ ପ୍ରକିୟାରେ ସାହାଯ୍ୟ କରୁଥିବା ଆୟୁର୍ବେଦ ଗୁଣଲାଗି ଜଣାଶୁଣା । ଏହା ଟାଙ୍ଗୀ ଓ ମିଠା ସ୍ୱାଦର ଏକ ସ୍ୱତନ୍ତ୍ର ମିଶ୍ରଣ ପ୍ରଦାନ କରିଥାଏ ଓ ଅନ୍ୟ ସବୁଠାରୁ ଅଲଗା ବାରି ହୋଇପଡ଼େ ।
ଉଦଘାଟନ ବିଷୟରେ ଡିଏସ ଗ୍ରୁପର କନଫେକ୍ସନାରୀ ବିଜନେସ ହେଡ ଜ୍ୟୋତିରୂପ ବରୁଆ କହିଛନ୍ତି ଯେ, “ଡିଏସ ଗ୍ରୁପ ଏହାର ନୂଆ ଅଫର ପଲ୍ସ ଗୋଲମୋଲକୁ ଉନ୍ମୋଚନ କରି ଉତ୍ସାହିତ । ପ୍ରତ୍ୟେକ ଟାଙ୍ଗି ତେନ୍ତ୍ୁଳି ଟ୍ରିଟ ଖୋଜୁଥିବା ପଲ୍ସ ସ୍ୱାଦରେ ଭରପୁର । ପଲ୍ସ ଏଚବିସି ବର୍ଗରେ ବଜାର ଅଗ୍ରଣୀ ଓ ଆମର ମୁଖ୍ୟ ପଲ୍ସ ଉତ୍ପାଦ ଗୁଡ଼ିକ ପରି ଆମେ ଆଶା କରୁଯେ ଏହା ଆମ ଗ୍ରାହକଙ୍କ ମଧ୍ୟରେ ବେଶ ଆଦୃତ ହେବ ଓ ଆମର ସ୍ଥିତିକୁ ମଜବୁତ କରିବ ।
ପଲ୍ସ ଗୋଲମୋଲ ଇମଲି ଗୋଲିର ସଫଳ ଶୁଭାରମ୍ଭ ସୁନିଶ୍ଚିତ କରିବା ଲାଗି ଡିଏସ ଗ୍ରୁପ ଗ୍ରାହକମାନଙ୍କୁ ସ୍ମୃତି ସାଉଁଟିବା ପାଇଁ ଏକ ବହୁମଖୀ ଅଭିଯାନ ଆରମ୍ଭ କରୁଛି । ପ୍ରାକ ଶୁଭାରମ୍ଭ ଅବସରରେ ମୁଖ୍ୟ ଟର୍ନପଏଂଟ ଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବ । ସଂପ୍ରତି ଡିଏସ ଗ୍ରୁପର ମିଠା ବିଭାଗ ୨୦୨୩-୨୪ ଆର୍ଥିକ ବର୍ଷରେ ବାର୍ଷିକ କାରବାରରେ ଟ୧୦୦୦ କୋଟି ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଂଟରେ ପହଁଚିଛି । ଭାରତରେ ଡିଏସ ଗ୍ରୁପ ଅଣ ଚକୋଲେଟ ବର୍ଗରେ ଦ୍ୱିତୀୟ ସର୍ବ ବୃହତ ମିଠା ଖେଳାଳୀ ଓ କଠିନ ବଲ୍କ କ୍ୟାଣ୍ଡି ଓ ଭାରତୀୟ ଜାତିଗତ ମିଠା ବିଭାଗରେ ନେତୃତ୍ୱ ନେଇଛି ଓ ଭାରତୀୟ ମଠା ଖେଳଳିଙ୍କ ମଧ୍ୟରେ ଅନ୍ୟତମ ଭାବେ ରହିଛି ।
ସ୍ଥାୟିତ୍ୱ ପ୍ରୟାସକୁ ସମର୍ଥନ କରି ୮୦୦+ ବୈଦ୍ୟୁତିକ ଯାନର ଏକ ଦୃଢ ଫ୍ଲିଟ ମିଠା ଉତ୍ପାଦ ବଂଟନରେ ନିୟୋଜିତ ହୋଇଛି, ଯାହ ଏକ ସ୍ୱଛ ପରିବେଶ ସୃଷ୍ଟି କରୁଛି । ଇସିଜି ସ୍ଥାନରେ ଯୋଜନାବଦ୍ଧ ତୀବ୍ର ନିବେଶ ସହ ଗୋଷ୍ଠୀ ଦାୟିତ୍ୱପୂର୍ଣ୍ଣ ବିସ୍ତାର ଦିଗରେ ଅଗ୍ରସର ହେଉଛି । କଂପାନି ଏହାର ପ୍ରମୁଖ ବ୍ରାଣ୍ଡ ଯଥା ପଲ୍ସ, ପାସ ପାସ, ରଜନୀଗନ୍ଧା ପଲ୍ସ, ଚିଙ୍ଗଲ୍ସ, ଓ ପଲ୍ସରେ ଆକର୍ଷଣୀୟ ବ୍ରାଣ୍ଡ ଯୋଡିବାକୁ ଯୋଜନା ରଖିଛି । କଠିନ କ୍ୟାଣ୍ଡି ବଜାରର ପ୍ରତିଯୋଗିତାମୂଳକ ପ୍ରକୃତି ସତ୍ୱେ ଏହାର ବ୍ରାଣ୍ଡ ପଲ୍ସ ଗତ ୮ ବର୍ଷ ଧରି ବଜାରରେ ଅଗ୍ରଣୀ ସ୍ଥିତି ବଜାୟ ରଖିଛି । ଡିଏସର ଲୋକପ୍ରିତାକୁ ଧ୍ୟାନ ଦେଇ ନୂଆ ନୂଆ ଉତ୍ପାଦ ପ୍ରସ୍ତୁିତି ପ୍ରତି ଧ୍ୟାନ ଦେଉଛି ।
Comments are closed.