ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ନତ କାଣ୍ଡ, ଗୋଡ଼ାଇ ଗୋଡ଼ାଇ ହାଣିଲେ
ଭୁବନେଶ୍ୱର,୦୫/୦୪:ରାଜଧାନୀରେ ମଦ୍ୟପ ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଦୁର୍ଘଟଣା ଘଟାଇଲେ,ପିଟିଲେ ,ବିରୋଧ କରିବାରୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ। ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ହୋଟେଲ କର୍ମଚାରୀକୁ ଗୋଡେଇ ଗୋଡେଇ ହାଣିଲେ ୪ ମଦ୍ୟପ ଯୁବକ। ଖଣ୍ଡା ଚୋଟରେ ଗୁରୂତର ଆହତ ହେଇଛନ୍ତି ଯୁବକ। ଆହତ ଯୁବକ ହେଲେ ପୂର୍ବ ପଶ୍ଚିମବଙ୍ଗ, ମେଦିନପୁର ଅଞ୍ଚଳର ବୁଦ୍ଧ ଭୂୟାଁ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଚି । ଗୁରୁତର ଅବସ୍ଥାରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ରାତିରେ ହୋଟେଲ ରୁ କାମସାରି ଫେରୁଥିବା ବେଳେ ୨ ଜଣ ଯୁବକ ଆସି ଆହତ ଯୁବକ ଜଣଙ୍କୁ ଧକ୍କା ଦେଇଥିଲେ । ଧକ୍କା ଦେବା ପରେ ଉଭୟଙ୍କ ଭିତରେ କିଛି ସମୟ ପଟିତୁଣ୍ଡ ଓ ବଚସା ହୋଇଥିଲା।ଏହାକୁ ବିରୋଧ କରିବାରୁ ଆଉ ୨ ଜଣ ଯୁବକ ଆସି ଖଣ୍ଡାରେ ହାଣିଛନ୍ତି । ଘଟଣାସ୍ଥଳ ରୁ ୪ ଯୁବକ ଚଂପଟ ମାରିଛନ୍ତି। ଘଟଣାକୁ ଗୁରୁତର ସହିତ ନେଇ ୪ ଅପରାଧୀଙ୍କୁ ଖୋଜୁଛି ପୋଲିସ୍।

Comments are closed.