ରାଜଧାନୀରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ

Share It

ଭୁବନେଶ୍ଵର,୦୬/୦୨:ରାତି ଅଧରେ ରାଜଧାନୀରେ ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ ।  ଭୁବନେଶ୍ବର ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲରେ ହାଇ ଡ୍ରାମା ।  ଗତକାଲି ରାତିରେ କିଛି ଦୁର୍ବୃତ୍ତ ହୋଟେଲକୁ ଆସି ରୁମ୍ ମାଗିଥିଲେ। ରୁମ୍ ଫାଙ୍କା ନଥିବା କହିଥିଲେ ହୋଟେଲ ମ୍ୟାନେଜର ।
ମନା କରିବାରୁ ହୋଟେଲରେ ଭଙ୍ଗାରୁଜା ସହ କ୍ରମଚାରୀଙ୍କି ମାଡ଼ ମାରି ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ। ଏହାପରେ ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ କରିଥିଲେ ।  ସ୍କର୍ପିଓ ସହ ୪ ଅପହରଣକାରୀଙ୍କୁ କାବୁ କରିଛି ଖଣ୍ଡଗିରି ଥାନା ପୋଲିସ ।  ହୋଟେଲ ମାଲିକଙ୍କ ସହ କର୍ମଚାରିଙ୍କୁ ଅଧିକ ପଚରାଉଚରା ସହ ହୋଟେଲର ରେଜିଷ୍ଟର ଯାଞ୍ଚ କରିଛି ପୋଲିସ ।


Share It

Comments are closed.