ଜାଣନ୍ତୁ କେଉଁ ଡ୍ରିଙ୍କ ପିଇବା ଦ୍ୱାରା କରିହେବ ରକ୍ତ ଚାପରେ ନିୟନ୍ତ୍ରଣ

Share It

ବର୍ତ୍ତମାନ ଉଚ୍ଚ ରକ୍ତ ଚାପ ହେଉ କିମ୍ବା ନିମ୍ନ ରକ୍ତ ଚାପ ଏକ ବିରାଟ ସମସ୍ୟା ଅଟେ । ସଠିକ ସମୟରେ ରକ୍ତ ଚାପର ନିୟନ୍ତ୍ରଣ କରାନଗଲେ ଏହା ଭବିଷ୍ୟତରେ ହୃଦ ରୋଗ ଏବଂ ଷ୍ଟ୍ରୋକ ପରି ସମସ୍ୟା ଦେଖାଯାଇଥାଏ । ତେଣୁ ସମୟ ଥାଉ ଥାଉ ଏହି ମାରାତ୍ମକ ରୋଗର ନିୟନ୍ତ୍ରଣ କରିବା ଉଚିତ । ରକ୍ତ ଚାପ ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରି ମେଡିସିନ ଖାଇବା ସହିତ ଘରୋଇ ଉପଚାର ମଧ୍ୟ ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ ଡ୍ରିଙ୍କସ ପିଇବା ଦ୍ୱାରା ରକ୍ତ ଚାପକୁ ନିୟନ୍ତ୍ରଣ କରାଯାଇପାରିବ ।
୧. ଟମାଟୋ ଜୁସ – ଟମାଟୋ ଜୁସ ଶରୀରରେ ହୃଦ ସ୍ୱାସ୍ଥ୍ୟକୁ ସଠିକ ରଖିଥାଏ । ଟମାଟୋ ମଧ୍ୟ ଶୀରରରେ ସୋଡିୟମର ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ । ତେଣୁ ପ୍ରତିଦିନ ଟମାଟୋ ଜୁସର ପିଇବା ଦ୍ୱାରା ଶରୀରରେ ଉଚ୍ଚ ରକ୍ତ ଚାପ ମାତ୍ରାର ନିୟନ୍ତ୍ରଣରେ ରଖିଥାଏ ।
୨. ବିଟ୍ ଜୁସ – ବିଟ୍ ରେ ବିଭିନ୍ନ ପ୍ରକାରର ଭିଟାମିନ, ମିନେରାଲ ଇତ୍ୟାଦି ରହିଛି । ଏହା ଆପଣ କଞ୍ଚା ଖାଆନ୍ତୁ କିମ୍ବା ରାନ୍ଧିକରି ଖାଅନ୍ତୁ ତାହାର ଗୁଣରେ କୌଣସି ଫରକ ପଡିନଥାଏ । ଆପଣ ଏହାକୁ ଜୁସ କରି ମଧ୍ୟ ପିଇପାରିବେ । ଏହା ଦ୍ୱାରା ଆପଣଙ୍କ ରକ୍ତ ଚାପ ତୁରନ୍ତ ନିମ୍ନଗାମୀ ହୋଇଯିବ ।
୩. ଡାଳିମ୍ବ ଜୁସ – ଡିଳିମ୍ବ ଭିଟାମିନ-ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ । ଡାଳିମ୍ବ ରସ ଉଭୟ ଉଚ୍ଚ ଏବଂ ନିମ୍ନ ରକ୍ତ ଚାପ ପାଇଁ ଉପଯୋଗୀ ଅଟେ । ଆପଣ ଏହାକୁ ବିନା ଚିନିରେ ପିଇପାରିବେ । ଏହା ଉଭୟ ଉକ୍ତ ରକ୍ତ ଚାପ ଏବଂ ନିମ୍ନ ରକ୍ତ ଚାପ ପାଇଁ ଉପଯୋଗୀ ଅଟେ ।
୪. କାନବେରି ଜୁସ – କାନବେରି ଜୁସ କେବଳ ରକ୍ତ ଚାପ ନୁହେଁ ବରଂ କୋଲେଷ୍ଟ୍ରେଲ ଏବଂ ହାର୍ଟ ପାଇଁ ଖୁବ ଭଲ ହୋଇଥାଏ । ତେଣୁ ପ୍ରତିଦିନ କାନବେରି ଜୁସ ପିଇବା ଦ୍ୱାରା ରକ୍ତ ଚାପରେ ନିୟନ୍ତ୍ରଣ, ହାର୍ଟର ସ୍ୱାସ୍ଥ୍ୟରେ ଉନ୍ନତି କରିଥାଏ ।
୫. ଲେମ୍ବୁ ପାଣି – ଲେମ୍ବୁ ଭିଟାମିନ ସିର ଏକ ଉତତ୍ତମ ସ୍ରୋତ । ଶରୀରରେ ଏହା ରକ୍ତ ଚାପ, କୋଲେଷ୍ଟ୍ରଲରେ ନିୟନ୍ତ୍ରଣ ରଖିଥାଏ । ପ୍ରତିଦିନ ଆପଣ ଖାଲିପେଟରେ ଲେମ୍ବୁ ପାଣି ପିଇପାରିବେ ।
୬. ମେଥି ପାଣି – ମେଥି ପାଣିରେ ଉଚ୍ଚ ମାତ୍ରାର ଫାଇବର ରହିଥାଏ । ମେଥି ଦୁଇ ଚାମଚ ନିଅନ୍ତୁ ଏବଂ ଏହାକୁ ରାତିରେ ଗୋଟିଏ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ଏହା ପରେ ଏହାକୁ ଛାଣି ପିଅନ୍ତୁ ଏହା ସର୍ବଦା ଆପଣଙ୍କ ଶରୀରରେ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ।
୭. ଚିଆସିଡସ ପାଣି – ଚିଆ ସଡିସ ଓମେଗା-୩ ଫ୍ୟାଟି ଏସିଡର ଉତ୍ତମ ସ୍ରୋତ । ପ୍ରତ୍ୟେଦ ଦିନ ଚିଆ ସିଡସ ପାଣି ପିଇବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣ ହୋଇଥାଏ ଏବଂ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।

 


Share It

Comments are closed.