ମିଶନ ଡ୍ରିମସ୍‌ର ଫ୍ୟାଶନ ସପ୍ତାହ

ଓଡ଼ିଶାର ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ପ୍ରସାର

Share It

କୋଲକତାର ଆର୍ଟ ଆଣ୍ଡ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନ ମିଶନ ଡ୍ରିମ୍ସ ପକ୍ଷରୁ ସ୍ଥାନୀୟ ଏକାମ୍ର ହାଟରେ ଏକ ଫ୍ୟାଶନ୍‌ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ରାଉରକେଲା, ଯୋଡ଼ା, ସମ୍ବଲପୁର, ବାରିପଦା, ବାଲେଶ୍ୱର, ପୁରୀ, ବଡ଼ବିଲ୍‌ର ଫେଶନ ଡିଜାଇନର ଓ ମଡେଲମାନେ ଯୋଗ ଦେଇଥିଲେ। ଓଡ଼ିଶାର ଖଦୀ କୁଟୀରଶିଳ୍ପ ଉଦ୍ୟୋଗୀ ଓ ସମ୍ବଲପୁରୀ ବୁଣାକାରମାନଙ୍କୁ ଉତ୍ସାହିତ କରିବାକୁ ,ହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ମିଶନ ଡ୍ରିମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶିକା ପ୍ରିୟା ପ୍ରିୟମ୍ବଦା ନାୟକ କହିଛନ୍ତି। ଦେଶ ଓ ଦେଶ ବାହାରେ ଓଡ଼ିଶାର ହସ୍ତଶିଳ୍ପ, କୁଟୀର ଶିଳ୍ପ ତଥା ହସ୍ତତନ୍ତର
ବହୁଳ ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଏହି ପ୍ରଚେଷ୍ଟାରେ ସହଯୋଗ କରିବାକୁ ଓଡ଼ିଶାନ୍‌ ସରକାରଙ୍କ ଓଡ଼ିଆ ଭାଷା, ସାହି୍ଯଯ ଓ ସଂସ୍କୃତି ବିଭାଗ ଏବଂ ପର୍ଯ୍ୟଟନ ବିଭାଗ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁ୍ଯଯମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଦୀ ଓ ଗ୍ରାମଦ୍ୟୋଗ କମିଶନର ନିର୍ଦ୍ଦେଶକ ସୁବାସ ଛେତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ। ‘ଈଶ୍ୱର’ର ସମ୍ପାଦିକା ମଞ୍ଜୁଲତା ନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଫ୍ୟାଶନ ଡିଜାଇନର ଜିତ୍‌ ଜଗଜିତ୍‌, ସୌରଭ ଦାସ, ଦର୍ବି ଥାପା ଏବଂ ମିଶନ ଡ୍ରିମସ୍‌ର ଓଡ଼ିଶା ମୁଖ୍ୟ ପ୍ରଭାସ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Share It

Comments are closed.