ଆଉ କିଛି ଦିନ ମଧ୍ୟରେ ଭାରତରେ ମିଳିବ ‘ସ୍ପୁଟିନିକ-ଭି’ ଟିକା, ତେବେ ଦେଶରେ ଏହାର ମୂଲ୍ୟ କେତେ ଜାଣନ୍ତୁ

Share It

କରୋନା ବିରୋଧରେ ଲଢେଇ କରୁଥିବା ୨ଟିକା କୋଭସିଲ୍ଡ ଏବଂ କୋଭାକ୍ସିନ ସହ ସାମିଲ ହୋଇଛି ଆଉ ଗୋଟିଏ ଅସ୍ତ୍ର । ଅର୍ଥାତ୍ ଆଉ ଗୋଟିଏ ସପ୍ତାହ ପରେ ଭାରତରେ ଉପଲବ୍ଧ ହେବ SPUTNIC-V ଟିକା । ଭାରତୀୟ ବଜାରରେ ଉପଲବ୍ଧ ହେବା ପୂର୍ବରୁ ଏହାର ମୂଲ୍ୟ ନିର୍ଦ୍ଧାରଣ ହୋଇଛି । ଭାରତରେ SPUTNIC-V ଆମଦାନୀ କରୁଥିବା ଡାକ୍ଟର ରେଡ୍ଡୀ ଲାବୋରେଟୋରୀ ଏହି ସୂଚନା ଦେଇଛନ୍ତି ।

କମ୍ପାନୀ କହିଛି ଯେ ଏହି ଟିକା ସେଣ୍ଟ୍ରାଲ୍ ଡ୍ରଗ୍ ଲାବୋରେଟୋରୀ (CDL) ଅନୁମୋଦନ ପାଇଛି । ଗୋଟିଏ ଡୋଜର ଦାମ ରହିବ ପାଖାପାଖି ହଜାର ଟଙ୍କା । ଅର୍ଥାତ୍ ଋଷିଆରେ ନିର୍ମିତ ଏହି ଟିକା ମୂଲ୍ୟ ରହିଛି ୯୯୫.୪୦ ଟଙ୍କା । କୁହାଯାଉଛି ଯେ ଯେତେବେଳେ ଭାରତରେ ସ୍ପୁଟନିକ୍-ଭି ଟିକା ଉତ୍ପାଦନ ଆରମ୍ଭ ହେବ, ସେତେବେଳେ ଏହାର ମୂଲ୍ୟ କମ୍ ହେବ । ଡକ୍ଟର ରେଡ୍ଡୀଙ୍କ ଲ୍ୟାବ ଏହି ଟିକାକୁ ଆରମ୍ଭ କରିବାବେଳେ ଶୁକ୍ରବାର ଦିନ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଏହାର ପ୍ରଥମ ମାତ୍ରା ଦିଆଯାଇଛି । ଋଷରୁ ଏହି ଟିକା ପରିବହନ ମେ ପହିଲାରେ ଭାରତରେ ପହଞ୍ଚିଥିଲା


Share It

Comments are closed.