ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ ମୃତ୍ୟୁ

Share It

ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ କରାଚୀରେ ମୃତ୍ୟୁ ହୋଇଛି। ପାକିସ୍ତାନୀ ଗଣମାଧ୍ୟମର ଖବର ଅନୁସାରେ, ସେ ନିଜର ଆପାର୍ଟମେଣ୍ଟରେ ମୃତଅବସ୍ଥାରେ ମିଳିଛନ୍ତି। ଜିୟୋ ଟିଭିର ଖବର ଅନୁସାରେ, ତାଙ୍କ ଘରୋଇ ସହାୟକଙ୍କଠାରୁ ଏ ବିଷୟ​‌ରେ ଜଣାପଡିଛି। ଆମିର ଲିୟାକତ ନିକଟରେ ଦ୍ୱିତୀୟ ପତ୍ନୀଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କରି ଖୁବ୍ ଚର୍ଚ୍ଚାରେ ଥିଲେ।

ମୃତ୍ୟୁ ବେଳକୁ ଆମିର ଲିୟାକତଙ୍କୁ ୫୦ ବର୍ଷ ହୋଇଥିଲା। ତାଙ୍କର ଜନ୍ମ ୧୯୭୨ ରେ କରାଚୀରେ ହୋଇଥିଲା। ଏବେ ଲିୟାକତ ତିନୋଟି ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀ ତୌବା ଅନଭର ତାଙ୍କୁ ୨୦୧୮ ରେ ବିବାହ କରିଥିଲେ। ଏହାପରେ ତାଙ୍କୁ ଛାଡପତ୍ର ଦେବାପରେ ସେ ୨୦୨୨ ରେ ଦାନିୟା ଶାହଙ୍କୁ ବିବାହ କରିଥିଲେ।

ଲିୟାକତଙ୍କ ଚାକର କହିଛନ୍ତି ଯେ, ତାଙ୍କର ଦେହ ବୁଧବାର ରାତିରେ ଖରାପ ଥିଲା, କିନ୍ତୁ ସେ ହସ୍ପିଟାଲ ଯିବାକୁ ମନା କରିଥିଲେ। କଷ୍ଟରେ ସେ ଖୁବ୍ ଛଟପଟ ହେଉଥିଲେ। ତାଙ୍କର ରୁମ୍‌ର କବାଟ ବନ୍ଦ ଥିଲା। କବାଟ ଭଙ୍ଗାଯିବା ପରେ ସେ ରୁମ୍ ଭିତରେ ବେହୋସ୍ ଅବସ୍ଥାରେ ପଡି ରହିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ତା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଆମିର ଲିୟାକତ ୨୦୧୮ ମାର୍ଚ୍ଚରେ ଇମ୍ରାନ୍ ଖାନ୍‌ଙ୍କ ପାର୍ଟି ପିଟିଆଇରେ ସାମିଲ ହୋଇଥିଲେ। ଏହାପରେ କରାଚୀରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ସେ ପାର୍ଟିରୁ ପ​ରେ ଇସ୍ତଫା ଦେଇଥିଲେ।


Share It

Comments are closed.