୧୮ରୁ ୪୪ ବର୍ଷଙ୍କୁ ଦିଆଯିବନି କେନ୍ଦ୍ର ସରକାରଙ୍କ ଟିକା

Share It

ଆସନ୍ତା ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସର ସମସ୍ତଙ୍କୁ ଟିକାକରଣ କରାଯିବ। ତେବେ କେନ୍ଦ୍ର ସରକାର ଯୋଗାଉଥିବା ଟିକା ଅଗ୍ରାଧିକାର ଭିତ୍ତିରେ ୪୫ ବର୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଦିଆଯିବ। ସେହିପରି ୧୮ରୁ ୪୪ ବର୍ଷ ଭିତରେ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଟିକା ସରକାରୀ/ଘରୋଇ ହସ୍ପିଟାଲ୍‌ ଓ ଶିଳ୍ପଗୁଡିକ ଦ୍ୱାରା ପ୍ରତିଷ୍ଠିତ ଟିକାକରଣ କେନ୍ଦ୍ରରେ ଦିଆଯିବ।

କୌଣସି କ୍ଷେତ୍ରରେ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଟିକା ଯାହା ଅଗ୍ରାଧିକାର ଭିତ୍ତିରେ ୪୫ ବର୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଦିଆଯିବା ପାଇଁ ରହିଛି, ତାହା ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜନ ସ୍ୱାସ୍ଥ୍ୟ ଅଧିକାରୀ, କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ପୌର କମିଶନରଙ୍କୁ ଚିଠି ଲେଖି ସୂଚିତ କରିଛନ୍ତି।


Share It

Comments are closed.