ବିଧିର ବିଧାନ ଭାରି ବିଚିତ୍ର, ନିଜ ଜନ୍ମଦିନରେ କରୋନା ଯୋଗୁୁଁ ଆଖି ବୁଜିଲେ ଏହି ବିଧାୟକ

Share It

ଦେଶରେ କରୋନା ସଂକ୍ରମଣ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ଏହି ମଧ୍ୟରେ କରୋନା ଯୋଗୁଁ ତାମିଲନାଡୁରେ ଆଖି ବୁଜିଛନ୍ତି ଜଣେ ଡିଏମକେ ବିଧାୟକ । ସବୁଠାରୁ ଦୁଃଖଦ କଥା ଏହା ଯେ, ଡିଏମକେ ବିଧାୟକ ‘ଜେ ଆଁବାଜଗନ’ଙ୍କର ଆଜି ଅର୍ଥାତ ବୁଧବାର ଦିନ ଜନ୍ମଦିନ ଥିଲା । ନିଜ ଜନ୍ମଦିନରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଟ୍ୱିଟରେ ଅନେକ ବଡ ରାଜନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଆଁବାଜଗନ ୨ ଜୁନରୁ ହସ୍ପିଟାଲରେ ଭର୍ତ୍ତି ଥିଲେ । ଡିଏମକେ ପ୍ରମୁଖ ଏମ କେ ଷ୍ଟାଲିନ, ଆଁବାଜଗନଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି । କଂଗ୍ରେସ ନେତା ଶଶୀ ଥରୁର ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଶଶୀ କହିଛନ୍ତି ଯେ, ଆଁବାଜଗନ ହେଉଛନ୍ତି ଦେଶର ପ୍ରଥମ ବିଧାୟକ ଯାହାଙ୍କର ଯାହାଙ୍କର କରୋନା ଯୋଗୁଁ ପ୍ରାଣହାନୀ ଘଟିଛି ।
ଆଁବାଜଗନଙ୍କର ଏହା ୬୨ତମ ଜନ୍ମ ଦିବସ ପାଳନ ହୋଇଥାନ୍ତା । ଆଁବାଜଗନଙ୍କ ପ୍ରଶଂସକମାନେ କହିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଁବାଜଗନଙ୍କ ଜନ୍ମଦିନରେ ତାଙ୍କର ଦୀର୍ଘ ଜୀବନି କାମନା କରିବା ପାଇଁ ଆମେ ଅଭିନନ୍ଦନ ଜଣାଇଥାଉ କିନ୍ତୁ ଏଥର ଅଭିନନ୍ଦନ ବଦଳରେ ଆମେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ।


Share It

Comments are closed.