ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କଠାରୁ ବଡ଼ ଚେହେରା ହୋଇପାରନ୍ତି କେଜ୍ରିୱାଲ

Share It

୨୦୨୪ଲୋକସଭା ନିର୍ବାଚନ ହେବାକୁ ଆହୁରି ୨ବର୍ଷ ବାକି ଅଛି । ଏହି ରେଶକୁ ନେଇ ଏବେ ଠୁ ଚାଲିଲାଣି ରାଜନୈତିକ ଅଙ୍କକଷା । ଚଳିତ ନିର୍ବାଚନରେ ଜାତୀୟ ରାଜନୀତିରେ ନୂଆ ଚେହେରା ଭାବେ ଉଭା ହୋଇଛି ଆମ୍ ଆଦମୀ ପାର୍ଟ(ଆପ୍) । କଂଗ୍ରେସର ଶୋଚନୀୟ ପରାଜୟ ଆପକୁ ବିଜେପି ବିରୋଧରେ ଷ୍ଟାଣ୍ଡ ହେବାକୁ ସୁଯୋଗ ମିଳିଛି ।

୨୦୨୪ର ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଗୁଜୁରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଏହାପରେ ୨୦୨୩ରେ ଦେଶରେ ୯ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯାହାକୁ ୨୦୨୪ର ସେମିଫାଇନାଲ ମ୍ୟାଚ୍ ବୋଲି କୁହାଯାଉଛି । ରାଜନୈତିକ ବିଶେଷଜ୍ଞମାନେ ଏହାକୁ ନେଇ ତର୍ଜମା ଆରମ୍ଭ କରିଦେଇଛନ୍ତି । ମାତ୍ର ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକଳ୍ପ ଭାବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଚେହେରା ଭାବେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକମାନେ। ତ ସେ ବି ଏହି ଦିଗରେ ପହଞ୍ଚିବାକୁ କାମ କରିବା ସହ କିଛି ମାତ୍ରାରେ ଭୁଲ ମଧ୍ୟ କରୁଛନ୍ତି ।

ଏହା ଏଥିପାଇଁ କୁହାଯାଉଛି କି ରାଜନୀତିରେ ନିଜକୁ ଏକ୍ସପୋଜର କରିବା ଅପେକ୍ଷା ଅନ୍ୟ ରାଜ୍ୟକୁ ଯାଇ ସାଧାରଣ ଲୋକମାନଙ୍କର ହୃଦୟ ଜିତିବା ସବୁଠାରୁ ବଡ଼ କାମ । ଏହାକୁ ଆଧୁନିକ ରାଜନୈତିକ ଭାଷାରେ ଗଣମାଧ୍ୟମ ନଜର ଆଢୁଆଳରେ ବାହାରକୁ ଯାଇ ଶାନ୍ତ ଭାବେ କିଛି କାମ କରି ତାହାକୁ ରୂପ ଦେବାକୁ ସଫଳ ପ୍ରୟୋଗ ବୋଲି କୁହାଯାଏ । ରାଜନୈତିକ ସମୀକ୍ଷକମାନେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ବାଧ୍ୟ ହେବେ ଯେ, ବଡ଼ ଦଳର ନେତା ଯାହା କରିପାରିଲେନି ତାହା ଜଣେ ଇନକମ୍ ଟ୍ୟାକ୍ସ ଚାକିରୀ ଛାଡ଼ି ରାଜନୀତିରେ ଡେଇଁ ଅରବିନ୍ଦ କେଜ୍ରିଓ୍ବାଲ ତାହା ବୁଝିବାକୁ ବେଶି ସମୟ ଲଗାଇଲେନି । ଦିଲ୍ଲୀ ପରେ ପଞ୍ଜାବ ସରକାରରେ ଆମ ଆଦମୀ ପାର୍ଟିର ବିଜୟ କହୁଛି କି କେଜ୍ରିଓ୍ବାଲଙ୍କ ଲକ୍ଷ ବହୁତ ବଡ଼, ଯାହାକୁ ହାସଲ କରିବାକୁ ସେ ପଛକୁ ହଟିବେନି ।

ନିକଟରେ ଅହମ୍ମଦାବାଦଠାରେ ହୋଇଥିବା କେଜ୍ରିଓ୍ବାଲଙ୍କ ରୋଡ଼ ଶୋ ବିଜେପିର ବରିଷ୍ଠ ନେତାଙ୍କ ଆଖି ଖୋଲି ଦେଇଛି କି ଏଥର ଏକପାଖିଆ ଲଢେଇ ନୁହେଁ । କଂଗ୍ରେସ ବଦଳରେ ଆପ୍ ସହ ହେବ ବିଜେପିର ଲଢେଇ । ନିର୍ବାଚନକୁ ଏବେ ଆହୁରି ୬ମାସରୁ ଅଧିକ ସମୟ ବାକି ଅଛି, ମାତ୍ର ରାଜନୈତିକ ପାଣିପାଗରେ କେତେ ପରିବର୍ତ୍ତନ ହେବ ତାହାର ଅନ୍ଦାଜ ବି ଲଗାଯାଇପାରିବ ନାହିଁ ।

ଦିଲ୍ଲୀ ପରେ ପଞ୍ଜାବରେ ଆପ ନିଜର ବିଜୟ ବାନା ଉଡ଼ାଇଦେଲା କିନ୍ତୁ ଉତ୍ତରାଖଣ୍ଡ ଏବଂ ଗୋଆରେ କେଜ୍ରିଓ୍ବାଲ ତାଙ୍କ ଦଳ ପୁରା ଶକ୍ତି ଲଗାଇଥିଲେ । ଉତ୍ତରାଖଣ୍ଡର ଫଳାଫଳ ତାଙ୍କ ଲାଗି ତ ନିରାଶଜନକ ଥିଲା କିନ୍ତୁ ଗୋଆରେ ୨ଟି ସିଟ୍ ଜିତି ସେଠାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ପଛକୁ ପକାଇ ଦେଇଥିଲେ । ଯାହାର ଖାତାରେ କୌଣସି ବି ସିଟ୍ ଆସିନଥିଲା ।

ଫଳରେ ମହାରାଷ୍ଟ୍ରବାଦୀ ଗୋମାନତକ ଦଳର ସମକକ୍ଷ ହୋଇଯାଇଛି । ଏଥିଲାଗି ଜାତୀୟ ରାଜନୀତିରେ ଏକ ବଡ଼ ଚେହେରା ଭାବେ ଏବେ କେଜ୍ରିଓ୍ବାଲଙ୍କ ନାଁ ପ୍ରଥମେ ଆସୁଛି । କେଜ୍ରିଓ୍ବାଲ ପ୍ରତ୍ୟେକ ରାଜ୍ୟରେ କିଛି କିଛି ସିଟ ଜିତିବା ସହ ସେଠାରୁ ମିଳୁଥିବା ଭୋଟ୍ ପ୍ରତିଶତ ଅନୁସାରେ ଆମ୍ ଆଦମୀ ପାର୍ଟିକୁ ୨୦୨୪ପୂର୍ବରୁ ଏକ ରାଷ୍ଟ୍ରୀୟ ଦଳ ରୂପରେ ନିର୍ବାଚନ ଆୟୋଗ ଘୋଷଣା କରିବାକୁ ଇଛୁକ ଅଛନ୍ତି । ଏଥିଲାଗି ଗୁଜୁରାଟ ଓ ହିମାଚଳପ୍ରଦେଶରେ ତାଙ୍କର ପୂରା ଧ୍ୟାନ ଅଛି ।


Share It

Comments are closed.