ଡାଏବେଟିକ୍ କେୟାର କ୍ଲିନିକ୍ ଆରମ୍ଭ

Share It


ଭୁବନେଶ୍ୱର:  ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ଏକ ଅତ୍ୟାଧୁନିକ ଷ୍ଟେଟ୍‌-ଅଫ୍‌-ଦ-ଆର୍ଟ ଡାଏବେଟିକ୍ କେୟାର କ୍ଲିନିକ୍ ଆରମ୍ଭ ହୋଇଛି । ଯାହାକି ପୂର୍ବ ଭାରତର ଏକ ଅତ୍ୟାଧୁନିକ କ୍ଲିନିକ୍ ଅଟେ । ଯାହ ଫଳରେ ରୋଗୀମାନେ ବୈଜ୍ଞାନିକ ରିର୍ସଚ୍ଚ ଉପରେ ଆଧାରିତ ତଥ୍ୟ ମାଧ୍ୟମରେ ଚିକିତ୍ସା ସହଜରେ କରିପାରିବେ । ଏହି ଡାଏବେଟିକ୍ କେୟାର କ୍ଲିନିକ୍‌କୁ ମଣିପାଲ ହସ୍ପିଟାଲର, କ୍ଲଷ୍ଟର ଡାଇରେକ୍ଟର ସୁଧାକର କାନ୍ତିପୁଡି, ମଣିପାଲ ହସ୍ପିଟାଲ ଭୁବନେଶ୍ଵରର ମେଡ଼ିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର, ରିଜିଓନାଲ ହେଡ଼୍ ମାକେଟିଂ, ଡାକ୍ତର ଭାବନା ବଦ୍ରିନାରାୟଣଙ୍କ ସମେତ ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ଡାଏବୋଟୋଲୋଜିଷ୍ଟ୍ ତଥା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ରିତେଶ ଅଗ୍ରୱାଲ ଏବଂ ଡାକ୍ତର ଅଙ୍କିତା ତିୱାରୀ ଉପସ୍ଥିତ ଥିଲେ |
ଭାରତରେ ଡାଏବେଟିସ୍ ରୋଗ ଦୃତ ଗତିରେ ବୃଦ୍ଧି ପାଉଛି, ଯାହା ଚିନ୍ତାଜନକ। ବର୍ତ୍ତମାନ ସମୟରେ 10 କୋଟିରୁ ଅଧିକ ଲୋକ ଏହି ରୋଗରେ ପୀଡ଼ିତ, ଏବଂ ଅନ୍ୟ 13.5 କୋଟି ଲୋକ ହାଇ ରିସ୍କ ଗୃପ୍‌ରେ ଅଛନ୍ତି। କେବଳ ଓଡିଶାରେ 50 ଲକ୍ଷ ଲୋକ ଡାଏବେଟିସ୍ ରୋଗରେ ପୀଡ଼ିତ ଅଛନ୍ତି—ଯାହା ମଧ୍ୟରୁ ପ୍ରାୟ 70% ଲୋକଙ୍କ ରକ୍ତରେ ଶର୍କରା ହାର ଭଲ ଭାବେ ନିୟନ୍ତ୍ରଣରେ ନାହିଁ।
ଏହି ସ୍ୱାସ୍ଥ୍ୟ ସଙ୍କଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ମାଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରର ଡାଏବେଟିକ୍ କେୟାର କ୍ଲିନିକ୍‌କୁ ଏକ ସଂପୂର୍ଣ୍ଣ ଡାଏବେଟିସ୍ ପରିଚାଳନା ପାଇଁ ଏକ ଓନ-ଷ୍ଟପ୍ କ୍ଲିନିକ୍‌ ଭାବରେ ଆରମ୍ଭ କରାଯାଇଛି। ଏଠାରେ କେବଳ ରକ୍ତରେ ସୁଗର୍ ନିୟନ୍ତ୍ରଣ ନୁହେଁ, ବରଂ “ସ୍ମାର୍ଟ୍ ସୁଗର୍ କଣ୍ଟ୍ରୋଲ୍” ଉପରେ ଜୋର ଦିଆଯାଇଛି—ଯାହାର ଅର୍ଥ ହେଉଛି ପ୍ରାରମ୍ଭିକ ଚିହ୍ନଟ, ନିୟମିତ ମନିଟରିଂ, ବହୁ-ବିଶେଷଜ୍ଞ ସହଯୋଗ ଓ ଦୀର୍ଘକାଳୀନ ଜଟିଳତା ରୋଧ ପାଇଁ ପ୍ରତିରୋଧାତ୍ମକ ଚିକିତ୍ସାରେ ଗୁରୁତ୍ୱ ଦିଆଯାଉଛି।

ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ଡାଏବୋଟୋଲୋଜିଷ୍ଟ୍ ତଥା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ରିତେଶ ଅଗ୍ରୱାଲଙ୍କ ମତରେ, “ କେବଳ ଘରୋଇ ଉପାୟରେ ଡାଇବେଟିସ୍ ରୋଗ ନିୟନ୍ତ୍ରଣ ସମ୍ଭବ ନୁହେଁ । ସଠିକ୍ ଚିକିତ୍ସା, ନିୟମିତ ପରୀକ୍ଷା ଦ୍ୱାରା ଡାଇବେଟିସ୍‌କୁ ନିୟନ୍ତ୍ରଣରେ ରଖାଯାଇପାରିବ ” । ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ଡାଏବେିକ୍ କେୟାର କ୍ଲିନିକ୍‌୍‌ରେ ଏହି ସବୁ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି ।
ସେହିଭଳି ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ଡାଏବୋଟୋଲୋଜିଷ୍ଟ୍ ତଥା ଏଣ୍ଡୋକ୍ରାଇନୋଲୋଜିଷ୍ଟ୍ ଡାକ୍ତର ଅଙ୍କିତା ତିୱାରୀଙ୍କ ମତରେ ଡାଏବେଟିସ୍ ରୋଗର ଚିକିତ୍ସାରେ କେବଳ ବ୍ଲଡ ସୁଗାର ନିୟନ୍ତ୍ରଣ କରାଯାଇନଥାଏ । ଏଥିରେ ଡାଇବେଟିସ୍ କାରଣରୁ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ ଯେଭଳି କୁପ୍ରଭାବ ନପେଡ ସେଥିପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଆମ କ୍ଲିନିକ୍‌୍‌ରେ ଅନ୍ଧବିଶ୍ୱାସ ନୁହେଁ ବିଜ୍ଞାନ ଉପରେ ଭିତ୍ତି କରି ଡାଇବେଟିସ୍ ରୋଗର ଚିକିତ୍ସା କରାଯାଏ ।
ସେହିଭଳି ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ମେଡ଼ିକାଲ ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ମତରେ, ଏହି ଡାଏବେଟିକ୍ କେୟାର କ୍ଲିନିକ୍ ମାଧ୍ୟମରେ ଆମ ଉଦ୍ଦେଶ୍ୟ କେବଳ ଚିକିତ୍ସା ନୁହେଁ, ବରଂ ସଚେତନତା , ପୂର୍ବନିରୋଧ ଓ ଜନଶକ୍ତିକରଣ ମାଧ୍ୟମରେ ଲୋକମାନଙ୍କୁ ଏକ ଭଲ ଓ ସୁସ୍ଥ ଜୀବନ ଦେବା ।


Share It

Comments are closed.