ରାଜ୍ୟ ସରକାରଙ୍କ ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ତିନି ଜିଲ୍ଲାବାସୀଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,ଏପ୍ରିଲ ୨୩ – କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତିନୋଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରିବାକୁ ଘୋଷଣା କରିଛନ୍ତି ।
ସରକାରଙ୍କ ନିଷ୍ପତିକୁ ସଠିକ୍ ଭାବରେ ପାଳନ କରିବା ପାଇଁ ଏହି ତିନି ଜିଲ୍ଲାର ଲୋକମାନଙ୍କୁ ଟ୍ୱିଟ୍ ଯୋଗେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ସମୟରେ ସ୍ଥାନୀୟ ପ୍ରଶାସନ ଓ ପୋଲିସକୁ ସହଯୋଗ କରିବା ସହ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । କରୋନାରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ପନ୍ଥା ବୋଲି ସେ କହିଛନ୍ତି ।
Comments are closed.