ତାମିଲନାଡୁର ନମାକ୍କଲ ଠାରେ ଭିସି ଯୋଗେ ସିବିଜି ପ୍ଲାଂଟର ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସି ଯୋଗେ ତାମିଲନାଡୁର ନମାକ୍କଲ ଠାରେ ସିବିଜି ପ୍ଲାଂଟ ଏବଂ ସିବିଜି ଷ୍ଟେସନର ଲୋକର୍ପଣ କରିଛନ୍ତି । ଏହି ଭର୍ଚୁଆଲ ଲୋକାର୍ପଣ ଉତ୍ସବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ସାମିଲ ହୋଇଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଜୈବ ଇନ୍ଧନ ପ୍ଲାଂଟ ଦୈନିକ ସ୍ଥାନୀୟ ଅଂଚଳର ୧ ହଜାରରୁ ଉର୍ଦ୍ଧ୍ୱ ଗାଡି ପାଇଁ ଆବଶ୍ୟକତା ହେଉଥିବା ଇନ୍ଧନ ପ୍ରସ୍ତୁତ କରିବ । ଆଇଓସିଏଲ ପକ୍ଷରୁ ପ୍ରଥମ ଥର ପ୍ରାକୃତିକ ଗ୍ୟାସ ପାଇଁ ବିକଳ୍ପ ଇନ୍ଧନ ବିକ୍ରି ହେଉଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥତିରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ନୂଆ ଭିତିଭୂମି ମାଧ୍ୟମରେ ତାମିଲନାଡୁ ଦେଶ ନିର୍ମାଣରେ ମଜବୁତ ସହଯୋଗୀ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଆଇଓସିଏଲ ସିଜିଡି ପ୍ରକଳ୍ପ ଗୁଡିକରେ ନିରନ୍ତର କାର୍ଯ୍ୟ କରୁଛି ଏବଂ ସଠିକ୍ ସମୟରେ ଏହି ଭଳି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁଛି । ଆଇଓସିଏଲର ଏପରି ପ୍ରତିବଦ୍ଧତା ୫ ହଜାର ସିବିଜି ପ୍ଲାଟର ଲକ୍ଷ୍ୟକୁ ପୂରଣ କରିବାରେ ସାହାଯ୍ୟ କରିବ ଏବଂ କୃଷକଙ୍କ କଲ୍ୟାଣକୁ ନିଶ୍ଚିତ କରିବା ସହ ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed.