ଆମର ଇତିହାସକୁ ଅବଲୋକନ କରି ଆଗାମୀ ଦିନର ପଥ ପ୍ରସ୍ତୁତ କରିବାକୁ ପଡିବ-ଧର୍ମେନ୍ଦ୍ର ପ୍ରଧାନ

Share It

ନୂଆଦିଲ୍ଲୀ/ଭୁବନେଶ୍ୱର-ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ସମୟରେ ଆମର ଇତିହାସ, ଆମର ଉତ୍ପତିଏବଂ ପୂର୍ବ ପୁରୁଷଙ୍କ ବିଚାର ଧାରାକୁ ଅବଲୋକନ କରି ଆଗାମୀ ୭୫ବର୍ଷ ପର୍ଯ୍ୟନ୍ତ ପଥ ପ୍ରସ୍ତୁତ କରିବାକୁ ପଡିବ ବୋଲି ଶନିବାର “ଦେଖୋ ଅପନା ଦେଶ୍‌”ୱେବିନାରରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିବିଧତାରେ ପରିପୂର୍ଣ୍ଣ ଭାରତର ସ୍ୱର୍ଣ୍ଣିମ ଇତିହାସ ଏବଂ ଭବିଷ୍ୟତ ଉପରେ ମତ ଦେଇଛନ୍ତି । ସେ କହିଛନ୍ତି ପର୍ଯ୍ୟଟନ କେବଳ ଉଲ୍ଲାସର ବିଷୟ ନୁହେଁ ବରଂ ଏହା ଶିକ୍ଷାର ବିଷୟମଧ୍ୟ । ଆମକୁ ଆମର ପ୍ରାଚୀନ ଇତିହାସ ଏବଂ ଆମର ଉତ୍ପତି ବିଷୟରେ ସ୍ପଷ୍ଟୀକରଣ ରଖିବା ଦରକାର । ଆମର ସ୍ୱାଧୀନତାର ଲଢ଼େଇ ୭୫ବର୍ଷରୁ ଅଧିକ ପୁରୁଣା, ଏଥିପାଇଁ ଆମର ଶିକ୍ଷାବ୍ୟବସ୍ଥା ଏହି ପରମ୍ପରା ସହ ଜଡ଼ିତ ରହିଛି ଏବଂ ଆଗକୁ ବଢ଼ିବାର ପ୍ରତିବଦ୍ଧତା ରଖିଛି ।
ବିଶ୍ୱ ଧର୍ମ ସଂସଦକୁ ସମ୍ବୋଧିତ କରିବା ସମୟରେ ବିଶ୍ୱ ବରେଣ୍ୟ ସ୍ୱାମୀ ବିବେକାନନ୍ଦ ମାତ୍ର ୩୦ ବର୍ଷର ଥିଲେ । ସେହି ଭଳି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହମାତ୍ର ୨୩ ବର୍ଷ ବୟସରେ ଏବଂଖୁଦି ରାମ ବୋସ ମାତ୍ର ୧୮ ବର୍ଷବୟସରେ ଦେଶ ପାଇଁ ଲଢ଼ି ଶହୀଦ ହୋଇଥିଲେ ।
କ୍ରାନ୍ତିକିମ୍ବା ନବସୃଜନ ପାଇଁ ଯୁବପିଢ଼ିମାନେ ନିଜେ ଆଦର୍ଶସ୍ଥାପନ କରିସମାଜ ଆଗରେ ପଥ ପ୍ରସ୍ତୁତ କରିଛନ୍ତି । ଆମେ ବିଗତ ୭୫ବର୍ଷରେ ମିଳିଥିବା ଶିକ୍ଷା ଏବଂ ଉପଲବ୍ଧିକୁ ମନେ ପକାଇ ଆଗାମୀ ୭୫ବର୍ଷ ପର୍ଯ୍ୟନ୍ତ ମାର୍ଗ ପ୍ରସ୍ତୁତ କରିବା ଦରକାର । ଆଗାମୀ ୨୫ବର୍ଷରେ ଯେବେ ଆମେ ସ୍ୱାଧୀନତାର ୧୦୦ବର୍ଷ ପାଳନ କରିବା, ସେ ସମୟରେ ଆଜିର ଯୁବ ପିଢ଼ି ଭବିଷ୍ୟତର ନେତୃତ୍ୱ ନେବେ । ଆମକୁ ସେହି ଯୁବ ପିଢ଼ିଙ୍କୁ ଭାରତର ଐତିହ୍ୟ ସହ ଯୋଡ଼ିବା ସହ ଆଧୁନିକ ସମାଜ ପାଇଁ ପ୍ରସ୍ତୁତ କରିବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଭାରତସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟଏବଂଭାରତୀୟବିଶ୍ୱବିଦ୍ୟାଳୟସଂଘଭାରତରଐତିହ୍ୟସହ ଯୁବପିଢ଼ିଙ୍କୁଯୋଡ଼ିବାଏବଂ ଆଗାମୀ ପିଢ଼ିଙ୍କୁ ଅଗଣିତସାଧୁସନ୍ଥଏବଂମହାପୁରୁଷଙ୍କ ଅତୁଲ୍ୟଯୋଗଦାନ ଉପରେଗର୍ବ ଅନୁଭବକରାଇବା ପାଇଁ“ଦେଖୋ ଅପନା ଦେଶ୍‌”ଥିମ୍‌ଉପରେ ୧୨ ଏପିସୋଡର ଏକ ଶୃଙ୍ଖଳା ପ୍ରସ୍ତୁତକରାଯିବା ଆନନ୍ଦର ବିଷୟବୋଲିଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.