ବିଶାଲଙ୍କ ସହ ନିର୍ବନ୍ଧକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ଦେବୋଲିନା ଭଟାଚାର୍ଯ୍ୟ
ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ତଥା ଗୋପି ବହୁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ବୟଫ୍ରେଣ୍ଡ ବିଶାଲ୍କୁ ନେଇ । ନିକଟରେ ସେ ନିଜର ସୋସିଆଲ୍ ମିଡିଆରେ ସାଇଟ୍ ରେ ଏପରି ଏକ ପୋଷ୍ଟ୍ କରିଥିଲେ ଯେଉଁଥିରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ପୋଷ୍ଟରେ ବିଶାଲ ସିଂଙ୍କ ସହିତ ତାଙ୍କର ନିର୍ବନ୍ଧ କରିଥିବା ନେଇ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଫଟୋରେ ଦେବୋଲିନା ନିଜର ମୁଦି ମଧ୍ୟ ଦେଖାଇଛନ୍ତି । କିନ୍ତୁ ବର୍ତ୍ତମାନ ଏହି ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲଗିଛି ।
ସୁଚନା ଯେ, ଦେବୋଲିନା ଓ ବିଶାଲଙ୍କର ନିର୍ବନ୍ଧ ହୋଇନାହିଁ । ସେମାନେ ଆଗାମୀ ମ୍ୟୁଜିକ୍ ଭିଡିଓ ପାଇଁ ଉକ୍ତ ଭିଡିଓକୁ ଶୁଟ୍ କରିଥିଲେ । ଉକ୍ତ ମ୍ୟୁଜିକ୍ ଭିଡିଓର ଏକ ଛୋଟ ଝଲକ ନିଜ ଫ୍ୟାନ୍ସଙ୍କୁ ଦେବା ପାଇଁ ଭିଡିଓକୁ ପୋଷ୍ଟ କରାଯାଇଥିଲା । ନିର୍ବନ୍ଧ ଖବର ଆସିବା ପରେ ଦେବୋଲିନା ଏହାର ସତ କହିଛନ୍ତି । ଦୁହେଁ ଏକ ପୋଷ୍ଟ ସେୟାର କରି ମ୍ୟୁଜିକ୍ ଭିଡିଓ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୁହେଁ ପ୍ରଥମ ଥର ପାଇଁ ମ୍ୟୁଜିକ୍ ଭିଡିଓରେ ଏକାଠି କାମ କରିବାକୁ ଯାଉଛନ୍ତି ।
https://www.instagram.com/tv/CZewOMJB4Tx/?utm_source=ig_web_copy_link
ଭିଡିଓରେ ବିଶାଲ କହିଛନ୍ତି ଯେ, ଆମେ ଦୁହେଁ ନିର୍ବନ୍ଧ କରିଛୁ କିନ୍ତୁ ମ୍ୟୁଜିକ୍ ଭିଡିଓରେ । ଯାହାର ନାମ ହେଉଛି “ଇଟସ୍ ଅଫିସିଆଲ୍” । ଆମେ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛୁ । ତାଙ୍କ ଭିଡିଓ ରିଲେସନ୍ସିପ୍, ନିର୍ବନ୍ଧ ଓ ବିବାହ ଉପରେ ଆଧାରିତ । ଏଥିପାଇଁ ସେ ତାଙ୍କ ଫ୍ୟାନ୍ସମାନଙ୍କୁ ଏପରି ପୋଷ୍ଟ ସେୟାର କରି ଆଶ୍ଚର୍ଯ୍ୟ କରିଛନ୍ତି । କିନ୍ତୁ ଖବର ଅଛି କି ଦୁହେଁ କଣ ପସ୍ପରକୁ ଡେଟ୍ କରୁଛନ୍ତି । ତାଙ୍କ ପ୍ରଶଂସକମାନଙ୍କର ଇଚ୍ଛା କି ସେ ଅଫିସିଆଲି ଭାବେ କେବେ ଜଣାଇବେ ।
Comments are closed.