ଭୁବନେଶ୍ୱରରେ ଡିଜାଇନକ୍ୟାଫେର ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ

Share It

ଭୁବନେଶ୍ୱର: ଭାରତର ଲୋକପ୍ରିୟ ହୋମ ଇଂଟେରିୟର ସଲ୍ୟୁଶନ୍ସ ବ୍ରାଣ୍ଡ ଡିଜାଇନକ୍ୟାଫେ ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟରର ଶୁଭାରମ୍ଭ କରିଛି, ଯାହା ଏହାର ସର୍ବଭାରତୀୟ ସ୍ତରର ସମ୍ପ୍ରସାରଣ ଯୋଜନା ଏବଂ ଜାତୀୟସ୍ତରରେ ଏହାର ୧୯ତମ ଷ୍ଟୋରର ଉଦ୍‌ଘାଟନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ପୁରସ୍କାରପ୍ରାପ୍ତ ଆର୍କିଟେକ୍ଟ ଓ ସହପ୍ରତିଷ୍ଠାତା ଗୀତା ରାମନନ ଓ ସିଜାନ ଭୋଜାନିଙ୍କ ଦ୍ୱାରା ସ୍ଥାପିତ ଡିଜାଇନକ୍ୟାଫେ ଏକ ଡିଜାଇନ-ପ୍ରଥମ, ଟେକ୍ନୋଲୋଜି-ସକ୍ଷମ ଆଭିମୁଖ୍ୟ ସହିତ ହୋମ ଇଂଟେରିୟରକୁ ଗଣତାନ୍ତ୍ରିତ କରିବା ପାଇଁ ବ୍ୟାପକ ସ୍ତରରେ ଲୋକପ୍ରିୟ ଅଟେ । ୨୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଭୁବନେଶ୍ୱର ଏକ୍ସପେରିଏନ୍ସ ସେଂଟର ପର୍ସନାଲାଇଜ୍‌ଡ ହୋମ ଇଂଟେରିୟରର ଭବିଷ୍ୟତ ଦିଗରେ ଏକ ନିମଜ୍ଜିତ ଓ ଏକୀକୃତ ଯାତ୍ରା ପ୍ରଦାନ କରୁଛି, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଏକ ସମ୍ପୂର୍ଣ୍ଣ ରୂପେ ଡିଜାଇନ ହୋଇଥିବା ୨ ବିଏଚକେ ସାମ୍ପଲ ଫ୍ଲାଟ, ମଡ୍ୟୁଲାର କିଚେନ, ୱାର୍ଡରୋବ, ବେଡରୁମ ଓ ଲିଭିଙ୍ଗ ଏରିଆ ପାଇଁ ଡିସ୍‌ପ୍ଲେ ଜୋନ, ୨୦% ଅଧିକ ସ୍ଥାନ ସହ ଡିଜାଇନ ସଲ୍ୟୁଶନ ଏବଂ ଡିଜାଇନକ୍ୟାଫେର ବିସ୍ତୃତ ରେଞ୍ଜର କଲେକ୍ସନରୁ ୪ଟି ମଡ୍ୟୁଲାର କିଚେନ ଯାହା ଭିନ୍ନ ଭିନ୍ନ ବଜେଟ ରେଞ୍ଜକୁ କଭର କରୁଛି ।

ଏହି ଷ୍ଟୋର ଶୁଭାରମ୍ଭ ସହିତ ଭୁବନେଶ୍ୱରର ବଢୁଥିବା ପରିବାର ଓ ନୂଆ ଘରମାଲିକମାନେ ଏବେ ୫୧,୦୪୦ରୁ ଅଧିକ ଡିଜାଇନ ସମ୍ଭାବନାକୁ ଅନ୍ୱେଷଣ କରିପାରିବେ, ଭାରତବ୍ୟାପୀ ୪୦୦ରୁ ଅଧିକ ବରିଷ୍ଠ, ଅତ୍ୟଧିକ ଦକ୍ଷ ଆର୍କିଟେକ୍ଟ ଓ ଇଂଟେରିୟର ଡିଜାଇନରଙ୍କ ଏକ ଟିମରୁ ଏକ୍ସପର୍ଟ ଡିଜାଇନରଙ୍କଠାରୁ ସିଧାସଳଖ ପରାମର୍ଶ ନେଇପାରିବେ ଏବଂ ପର୍ସନାଲାଇଜ୍‌ଡ ହୋମ ଇଂଟେରିୟର ସଲ୍ୟୁଶନ୍ସ ପାଇଁ ଡିଜାଇନକ୍ୟାଫେର ପ୍ରତିବଦ୍ଧତାକୁ ଅନୁଭବ କରିପାରିବେ ଯାହା ଓଡିଶାବାସୀଙ୍କ ସ୍ୱତନ୍ତ୍ର ଜୀବନଶୈଳୀ, ସଂସ୍କୃତି ଓ ମହତ୍ୱାକାଂକ୍ଷାକୁ ପ୍ରତିଫଳନ କରୁଛି । ହୋମ ଇଂଟେରିୟର ଶିଳ୍ପରେ ନୂଆ ମାନଦଣ୍ଡ ସ୍ଥିର କରିଥିବା ଡିଜାଇନକ୍ୟାଫେ ହେଉଛି ଏକମାତ୍ର ବ୍ରାଣ୍ଡ ଯାହା ଆଡଭାନ୍ସଡ ଜର୍ମାନ ମେସିନେରୀରେ ସୁସଜ୍ଜିତ ଏହାର ନିଜସ୍ୱ ୬୫୦୦୦ ବର୍ଗଫୁଟର ଅତ୍ୟାଧୁନିକ ଫ୍ୟାକ୍ଟ୍ରିର ପରିଚାଳନା କରୁଛି ଯାହା ତ୍ରୁଟିହୀନ ଫିନିଶ, ନିରନ୍ତର ଗୁଣବତା ଓ ୨୫ ବର୍ଷ ପର୍ଯ୍ୟନ୍ତ ୱାରେଂଟି ସୁନିଶ୍ଚିତ କରିଥାଏ । ପ୍ରତ୍ୟେକ ଘରର ୫୧ରୁ ଅଧିକ ଜଟିଳ ଗୁଣବତା ଯାଂଚ କରାଯାଇଥାଏ, ଏହା ଶୀର୍ଷ ସ୍ତରର ପାର୍ଟନରଙ୍କ ସାମଗ୍ରୀ ବ୍ୟବହାର କରିଥାଏ ଏବଂ ସ୍ପେଶ-ସେଭିଙ୍ଗ ଡିଜାଇନ ସଲ୍ୟୁଶନ ମାଧ୍ୟମରେ ୨୦% ଅଧିକ ସ୍ଥାନ ପ୍ରଦାନ କରିଥାଏ ।

ଏସମ୍ପର୍କରେ ସହ-ପ୍ରତିଷ୍ଠାତା ଗୀତା ରାମନନ ଓ ସିଜାନ ଭୋଜାନି କହିଛନ୍ତି , “ଆମେ ଭାରତର ମନ୍ଦିରମାଳିନୀ ସହର ଏବଂ ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭୁବନେଶ୍ୱରକୁ ଡିଜାଇନକ୍ୟାଫେର ଡିଜାଇନ ଉଦ୍ଭାବନ ଓ ଗୁଣବତାର ସିଗ୍ନେଚର ମିଶ୍ରଣ ଆଣି ଗର୍ବିତ । ଏହି ନୂଆ ଏକ୍ସପେରିଏନ୍ସ ସେଂଟର ଭାରତର ଘର ମାଲିକଙ୍କ ପାଇଁ ବିଶ୍ୱସ୍ତରୀୟ ଇଂଟେରିୟରକୁ ଉପଲବ୍ଧ କରିବା ପାଇଁ ଆମର ଯାତ୍ରା କ୍ଷେତ୍ରରେ ଏକ ବଡ ସଫଳତାକୁ ଚିହ୍ନିତ କରୁଛି । ଆମେ ବର୍ତମାନ ପୂର୍ବ ଭାରତରେ ହଜାର ହଜାର ପରିବାର ଓ ସେମାନଙ୍କର ଘରଗୁଡିକୁ ରୂପାନ୍ତର କରିବାକୁ ଅପେକ୍ଷା କରିଛୁ , କାରଣ ଆମେ ଆମର ପର୍ସନାଲାଇଜ୍‌ଡ ଡିଜାଇନ ସଲ୍ୟୁଶନ ଓ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ସହିତ ଭାରତବ୍ୟାପୀ ଆମର ପହଂଚ ବିସ୍ତାର କରିଛୁ ।”

 


Share It

Comments are closed.