ଫର୍ମକୁ ଫେରିଲେ ‘ଦେଶୀ ବୟ’, ପୁଣି କରୁଣଙ୍କ ବ୍ୟାଟରୁ ଦେଖିବାକୁ ମିଳିପାରେ ତୃତୀୟ ଶତକ ପାଳି

Share It

ସିରିଜ ବରାବର ଲକ୍ଷ୍ୟରେ ଓହ୍ଲାଇ ଥିବା ଭାରତୀୟ ଦଳ ଲଣ୍ଡନର ଓଭାଲ ଗୁରୁବାର ଆରମ୍ଭ ହୋଇଥିବା ୫ମ ତଥା ଶେଷ ଟେଷ୍ଟର ପ୍ରଥମ ଦିନରେ ନିଜର ସ୍ଥିତି ଦୃଢ କରିପାରୁ ନାହିଁ । ବର୍ଷା ପ୍ରଭାବିତ ୫ମ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳର ଟପ ଅର୍ଡର ଦୀର୍ଘ ସମୟ ଧରି ପିଚରେ ନିଜ ସ୍ଥିତି ଦୃଢ କରିପାରିଲେ ନାହିଁ । ଭାରତୀୟ ଦଳ ନିଜର ଦୁଇ ଓପନର ବହୁତ ଶୀଘ୍ର ଆଉଟ ହୋଇଯାଇଥିଲେ । ବର୍ଷା ପାଇଁ ଖେଳ ରହିବା କାରଣରୁ ସାଇ ସୁଦର୍ଶନ ଓ ଅଧିନାୟକ ଶୁଭମନ ଗିଲ ପିଚର ନିଜର ପାର୍ଟନରସିପକୁ ସମ୍ଭାଳି ପାଳି କୁ ଆଗକୁ ନେବାରେ ଖୁବ ଭଲ ପ୍ରୟାସ କରିଥିଲେ । କିନ୍ତୁ ଶୁଭମନ ୩୫ ବଲରେ ୨୧ ରନ ସଂଗ୍ରହ କରି ଆଉଟ ହୋଇଯାଇଥିବାବେଳେ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସାଇ ସୁଦର୍ଶନ (୩୮ ରନ)ଙ୍କ ସମେତ ଜାଡେଜା (୯), ଜୁରେଲ (୧୯) ରନ କରି ପାଭିଲିୟନକୁ ଫେରିଯାଇଥିଲେ ।
ଏହା ପରେ ୱାସିଙ୍ଗଟନ ସୁନ୍ଦର ଏବଂ କରୁଣ ନୟାର ପାଳି ସମ୍ଭାଳିଛନ୍ତି । ସୁନ୍ଦର ୧୯ ରନ କରିଥିବାବେଳେ ନୟାର ୫୨ ରନ ସଂଗ୍ରହ କରିଛନ୍ତି । ଉଭୟ ସୁନିଶ୍ଚିତ କରିଛନ୍ତି ଯେ, ଭାରତ ଷ୍ଟେମ୍ପସ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇବ ନାହିଁ । ଏତତ ବାଦ ନୟାର ଟେଷ୍ଟରେ ନିଜର ଦ୍ୱିତୀୟ ଅର୍ଦ୍ଧ ଶତକ ହାସଲ କରିଛନ୍ତି । କରୁଣ ୨୦୧୬ରେ ନିଜର ତୃତୀୟ ଶତକ ହାସଲ କରିବା ପରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧ ଶତକ ଅଟେ । ବର୍ତ୍ତମାନ ସେ ଯେତେବେଳେ ମଇଦାନକୁ ଓହ୍ଲାଇବେ ତାଙ୍କ ବ୍ୟାଟରୁ ସେହି ତୃତୀୟ ଶତକ ପାଳି ଦେଖିବାର ସମସ୍ତଙ୍କ ଆଶା ରହିବ । ଭାରତ ପ୍ରଥମ ଦିନ ଷ୍ଟମ୍ପସରେ ୬ ୱିକେଟ ହରାଇ ୨୦୪ ରନ ସଂଗ୍ରହ କରିଥିଲା ।


Share It

Comments are closed.