ଡ଼େଙ୍ଗୁ-ମ୍ୟାଲେରିଆ ମଶାଙ୍କ କବଳରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
ଗତ ବର୍ଷ ୨୦୨୦ରେ ପୂରା ଦୁନିଆରେ କରୋନା ମହାମାରୀ ପାଦ ଥାପିଥିଲା । ଏହାପରେ ଲୋକେ କରୋନାରୁ ରକ୍ଷା ପାଇବା ପାଇଁ ସବୁ ପ୍ରୋଟୋକଲ ଯଥା – ମାସ୍କ ଓ ସାନିଟାଇଜରର ଭରପୂର ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଭିତରେ ଆପଣଙ୍କୁ ଏହା ଭୁଲିବା ଉଚିତ୍ ନୁହେଁ କି ଯଦି ଆପଣ ଘରେ ରହୁଛନ୍ତି ତ କରୋନାର ବିପଦ ବହୁତ କମ୍ ହୋଇଥାଏ । ଡେଙ୍ଗୁ ଓ ମ୍ୟାରେଲିଆ ଭଳି ରୋଗ , ଯାହା ଘରେ ରହିଲେ ବି ଆପଣଙ୍କୁ ଶିକାର ବନାଇ ପାରେ । ଏଥିପାଇଁ କରୋନାରୁ ରକ୍ଷା ପାଇବା ସହ ଆପଣଙ୍କୁ ଡେଙ୍ଗୁ ମ୍ୟାଲେରିଆରୁ ରକ୍ଷା ପାଇବା ଜରୁରି । ଆସନ୍ତୁ ଜାଣିବା ଏଥିରୁ ରକ୍ଷା ପାଇବା ପାଇଁ ଘରେ କିଭଳି ପ୍ରସ୍ତୁତି କରିବା –
ଡେଙ୍ଗୁର କଥା ଯଦି କହିବା ତ ଏହା ଛୋଟ ମୋଟ ରୋଗ ନୁହେଁ । ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଏହାର ପ୍ରଭାବରେ ଆସିଥାନ୍ତି ଏବଂ ଏଥିରୁ କିଛି ନିଜର ଜୀବନ ହରାଇ ବସନ୍ତି । ଏଥିପାଇଁ ନିଜକୁ ଓ ନିଜ ପରିବାରକୁ ଏହି ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ଯଥା ସମ୍ଭବ ସାବଧାନତା ଅବଲମ୍ୱନ କରିବା ଜରୁରି ।
ଆପଣଙ୍କ ଘରେ ଲୁଚି ରହିପାରେ ଡେଙ୍ଗୁ ମଶା –
ଅନେକ ସମୟରେ ଲୋକଙ୍କୁ ମନେହୁଏ କି ଡେଙ୍ଗୁ ମଶା ଏମିତି ସ୍ଥାନରେ ବଢ଼ି ଥାଏ ଯେଉଁଠି ଦୁର୍ଗନ୍ଧ ଓ ଅପରିଷ୍କାର ପାଣି ଜମା ହୋଉଥାଏ । ଏହା ଏକ ବଡ଼ ଭ୍ରମ । ବାସ୍ତବରେ ଡେଙ୍ଗୁ ମଶାର ଦୁର୍ଗନ୍ଧରୁ କୌଣସି ନେଣଦେଣ ନାହିଁ । ଏହା ଏମିତି ଏକ ରୋଗ ଯାହା ଏଡିଜ୍ ଇଜିପ୍ଟି ମଶା କାମୁଡ଼ିବା ଯୋଗୁଁ ହୋଇଥାଏ । ଡେଙ୍ଗୁ ବିସ୍ତାର କରୁଥିବା ଏହି ମଶା ଆପଣଙ୍କ ଘର ଭିତରେ ରଖିଥିବା ପାତ୍ର , କୁଲର , ଏସିରେ ଜମିଥିବା ସଫା ପାଣିରେ ଜନ୍ମ ହୋଇ ପାରନ୍ତି ।
ଏହା ଜରୁରି ନୁହେଁ କି ଆପଣଙ୍କୁ ଲଗାତାର ମଶା କାମୁଡ଼ୁଛନ୍ତି , ବା ଅନେକ ଦିନ ଯାଏ ମଶା କାମୁଡ଼ୁଛନ୍ତି , ସେତେବେଳେ ଡେଙ୍ଗୁ ସଂକ୍ରମଣ ହେବ । ଗୋଟିଏ ଏଡିଜ୍ ମଶା କାମୁଡ଼ିବା ମଧ୍ୟ ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଏଥିପାଇଁ ଯଦି ଆପଣଙ୍କୁ ନିଜ ଘରେ ଗୋଟିଏ ବି ମଶା ଦେଖୁଛନ୍ତି.ତ ଏହାକୁ ହାଲକା ଭାବେ ନନେଇ ଯେତେ ସମ୍ଭବ ଏହାକୁ ମାରି ଦିଅନ୍ତୁ ।
ଡେଙ୍ଗୁରୁ ଏମିତି ନିଜର ରକ୍ଷା କରନ୍ତୁ –
୧-ନିଜ ଘରେ ଓ ଆଖପାଖରେ କୁଲର , ଏସି ପାତ୍ର ଓ ଟାୟର ଆଦିରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ ।
୨- ପାଣି ଟାଙ୍କିକୁ ଠିକ୍ ଭାବେ ଘୋଡ଼ାଇ ରଖନ୍ତୁ ।
୩-ଝରକା ଓ କବାଟରେ ଜାଲି ଲଗାନ୍ତୁ ।
୪-ଦିନରେ ଦୁଇ ଥର ଘରର ସବୁ କୋଣରେ ବ୍ଲାଟ୍ ହିଟ୍ ଛିଞ୍ଚନ କରନ୍ତୁ ।
୫-ମନେ ରଖନ୍ତୁ କି ଗୋଟିଏ ମଶା ବି ଆପଣଙ୍କୁ ଡେଙ୍ଗୁ ରୋଗୀ କରିପାରେ । ଏଥିପାଇଁ ମଶାକୁ ମାରିବାରେ ଡ଼େରି କରନ୍ତୁ ନାହିଁ ।
୬- ଯଦି ଲଗାତାର ଜ୍ୱର ଆସୁଛି ଓ ଡେଙ୍ଗୁ ଲକ୍ଷଣ ଦେଖା ଯାଉଛି ତ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
Comments are closed.