ଦିଲ୍ଲୀ ବୋମା ବିସ୍ଫୋରଣ ପରେ କଟକରେ ଆଗାମୀ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝି , ୯ ଡିସେମ୍ବରରେ ବାରାବାଟି ଷ୍ଟାଡିୟମ କଟକରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ–ଦକ୍ଷିଣ ଆଫ୍ରିକା T20 ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପାଇଁ ଲୋକ ସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ ଆସୋସିଏସନ (OCA) ଓ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ଯେ, ଏହି ଖେଳ ଆୟୋଜନ ତ୍ରୁଟିମୁକ୍ତି ହେବା ଉଚିତ, ଯାହା ଓଡିଶାର ବିଶ୍ୱସ୍ତରୀୟ କ୍ରୀଡା ଆୟୋଜନ ଦକ୍ଷତାକୁ ପ୍ରତିବିମ୍ବିତ କରିବ।
ଦିଲ୍ଲୀରେ ବୋମା ବିସ୍ଫୋରଣ ଘଟଣାକୁ ଉଲ୍ଲେଖ କରି, ମୁଖ୍ୟମନ୍ତ୍ରୀ ସର୍ବାଙ୍ଗୀନ ନିରାପତ୍ତା ବ୍ୟବସ୍ଥା ନିମିନ୍ତେ ଜୋର ଦେଇ ପୋଲିସ ପ୍ରଶାସନକୁ ସତର୍କ ରହିବା ନିର୍ଦ୍ଦେଶ ଦେଲେ।
ସେ ଆଉ ଅଧିକ କହିଲେ ଯେ, ଆପାତକାଳୀନ ଚିକିତ୍ସା ପାଇଁ ଗ୍ରୀନ କରିଡୋର ସୃଷ୍ଟି କରାଯିବା ସହିତ ଟିକେଟ ବିନ୍ୟାସ, ଦର୍ଶକ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥା, ଆଲୋକସଜ୍ଜା ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ।
ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, DGP ୱାଇ. ବି. ଖୁରାନିଆ, OCA ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିଲେ
Comments are closed.