ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ, ବନ୍ଦ ହେଲା ପ୍ରାଇମେରୀ ସ୍କୁଲ

Share It

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ଯେ, ରାଜଧାନୀ ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ ୫ ନଭେମ୍ବରରୁ ପ୍ରାଇମେରୀ ସ୍କୁଲ ବନ୍ଦ ରହିବ। ଏହାଛଡା ପଞ୍ଚମ ଶ୍ରେଣୀରୁ ଉପର କ୍ଲାସର ସବୁ ଆଉଟଡୋର ଆକ୍ଟିଭିଟି ଉପରେ ମଧ୍ୟ କଟକଣା ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ବାହନ ପାଇଁ ଅଡ୍‌-ଇଭେନ୍‌ ଲାଗୁ କରିବା ଉପରେ ମଧ୍ୟ ବିଚାର କରାଯାଉଛି। କେଜ୍ରିଓ୍ବାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀର ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବ ଓ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଉପରେ କହିଛନ୍ତି, ରାଜ୍ୟର ପ୍ରଦୂଷିତ ବାୟୁ ଏକ ରାଜ୍ୟରେ ନୁହେଁ ବଂର ସବୁ ରାଜ୍ୟକୁ ଯାଇଥାଏ। କ୍ରେଜିସ୍ବାଲ କହିଛନ୍ତି, ପ୍ରଦୂଷଣ କେବଳ ଦିଲ୍ଲୀର ସମସ୍ୟା ନୁହେଁ ବଂର ହରିୟାଣା, ୟୁପି ଓ ପୁରା ଉତ୍ତର ଭାରତର ପବନର ସ୍ଥିତିକୁ ଖରାପ କରିଛି। ଏଭଳି ସ୍ଥିତିରେ ଏହି ସମୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିବାର ନୁହେଁ। କେନ୍ଦ୍ରକୁ ଆଗକୁ ଆସି ଏହି ପଦକ୍ଷେପ ଉଠାଇବାକୁ ହେବ, ଯାହାଫଳରେ ଉତ୍ତର ଭାରତକୁ ଏଥରୁ ବଞ୍ଚାଇ ହେବ।

ସେ ଆହୁରି କହିଛନ୍ତି ଯେ, ପଞ୍ଜାବ ଓ ଦିଲ୍ଲୀରେ ଆମ ସରକାର ଅଛନ୍ତି, କିନ୍ତୁ ବର୍ତ୍ତମାନ ପରସ୍ପର ଉପରେ ଅଙ୍ଗୁଳି ଉଠାଇବାର ନୁହେଁ। ଏଥିରେ ସମାଧାନ ହେବନି। କେଜ୍ରିଓ୍ବାଲ କହିଛନ୍ତି, ପଞ୍ଜାବରେ ନଡ଼ା ଜଳା ଯାଉଛି। ଏହି ନଡ଼ା ଜଳାଯିବା ପାଇଁ କୃଷକ ନୁହେଁ, ବଂର ଆମେ ଦାୟିତ୍ବବାନ। ଆମେ କୌଣସି ବ୍ଲେମ୍ ଗେମ୍‌ ଖେଳିବାକୁ ଚାହୁଁନୁ। ନଡ଼ା ଜଳାଇବା ପାଇଁ ଆମକୁ କୃଷକଙ୍କୁ କୌଣସି ସମାଧାନ ଦେବାକୁ ହେବ। ବର୍ତ୍ତମାନ କୃଷକଙ୍କ ପାଖରେ ତାକୁ ଜଳାଇବା ଛଡା କୌଣସି ରାସ୍ତା ନାହିଁ। କେଜ୍ରିଓ୍ବାଲ କହିଛନ୍ତି, ନଡ଼ା ଜଳାଇବା ଫଳରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି, ଯାହାକି ଖୁବ୍ ବିପଦଜନକ। ଆମେ କୋର୍ଟରେ ଏହା ଉପରେ ଆଜି କିମ୍ବା କାଲି ଶୁଣାଣି କରିବାକୁ ନିବେଦନ କରିଛୁ।


Share It

Comments are closed.