କରୋନାରେ ଆଖି ବୁଜିଲେ ଥାନା ଅଧିକାରୀ, ଦୀର୍ଘ ୧୪ ଦିନ ପର୍ଯ୍ୟନ୍ତ ଭାଇରସ ବିରୋଧରେ କରୁଥିଲେ ଲଢେଇ
ସାରା ବିଶ୍ୱ ସମେତ ଦେଶରେ କରୋନା ଭାଇରସ ନିଜର ତାଣ୍ଡବଲୀଳା ରଚୁଥିବା ଏହାର ପ୍ରଭାବରେ ଗତ କାଲି ଆଉ ଜଣେ କରୋନା ଯୋଦ୍ଧା ଆଖୁ ବୁଜିଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଇନସ୍ପେକ୍ଟର ରାଜୀବ କୁମାର ଯାଦବ ଦୀର୍ଘ ୧୪ ଦିନ ପର୍ଯ୍ୟନ୍ତ କରୋନା ବିରୋଧରେ ଲଢେଇ କରି ଶେଷର ଗତ କାଲି ହାରି ଯାଇଛନ୍ତି ।
ଗତ କାଲି ରାତି ୧୨.୩୦ରେ ତାଙ୍କ ମୃତ୍ୟୁ ଘଟିଥିବାବେଳେ ସେ ଦୀର୍ଘ ୧୪ ଦିନ ହେବ ସେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ମିଳିଥିବା ସୂଚନା ମୁତାବକ, ଦୁଇ ଥର ତାଙ୍କ ଉପରେ ପ୍ଲାଜମା ଥେରାପି ମଧ୍ୟ ପ୍ରୟୋଗ କରାଯାଇଥିଲା କିନ୍ତୁ କୌଣସି ପ୍ରଭାବ ପଡିନଥିଲା । ଇନସ୍ପେକ୍ଟର ସଞ୍ଜିବଙ୍କୁ ୨୬ ଜାନୁଆରୀ ୨୦୨୦ରେ ବୀରତ୍ୱ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ସଞ୍ଜିବଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀର ସ୍ପେଶାଲ ସେଲ ନିଜର ଔପଚାରିକ ଟ୍ୱିଟର ଆକାଣ୍ଟରେ ଶୋକବ୍ୟକ୍ତ କରି ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ।
Comments are closed.