କରୋନାରେ ଆକ୍ରାନ୍ତ ହେଲେ ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବେଜଲ

Share It

ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବେଜଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ୱିଟ କରି କରୋନା ପଜିଟିଭ ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସେ ନିଜକୁ ଆଇସୋଲେଟ କରିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନେ ନିଜର କରୋନା ଯାଞ୍ଚ କରାଇ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ସେ ନିଜ ବାସଭବନରୁ କାମ ତଦାରଖ ଜାରି ରଖିବେ ବୋଲି କହିଛନ୍ତି।


Share It

Comments are closed.