ଦିଲ୍ଲୀରେ ଏଥର ମଧ୍ୟ ବିନା ବାଣରେ ପାଳନ ହେବ ଦୀପାବଳୀ

Share It

ଦିଲ୍ଲୀରେ ଚଳିତ ବର୍ଷ ବିନା ବାଣରେ ପାଳନ ହେବ ଦୀପାବଳୀ। କେଜ୍ରିଓ୍ବାଲ ସରକାର ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବାଣ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍‌ ହୋଇଯାଇଛି। ରାଜ୍ୟ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଦିଲ୍ଲୀରେ ବାଣ ଉତ୍ପାଦନ, ବିକ୍ରି, ସଂରକ୍ଷଣ ଓ ବ୍ୟବହାର ଉପରେ ୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ରୋକ୍ ରହିବ।

ପରିବେଶ ମନ୍ତ୍ରୀ ଗୋପାଳ ରାୟ ଟ୍ବିଟ୍‌ କରି କହିଛନ୍ତି, ଦିଲ୍ଲୀର ଲୋକଙ୍କୁ ପ୍ରଦୂଷଣ ବିପଦରୁ ରକ୍ଷା କରିବା ପାଇଁ ଗତ ବର୍ଷ ଭଳି ଏଥର ମଧ୍ୟ ସବୁ ପ୍ରକାର ବାଣ ଉତ୍ପାଦନ, ସଂରକ୍ଷଣ, ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଭାବରେ କଟକଣା ଲଗାଯାଇଛି, ଯାହାଫଳରେ ଜୀବନ ବଞ୍ଚାଇ ଯାଇ ହେବ।’

ସେ କହିଛନ୍ତି, ଏଥର ଦିଲ୍ଲୀରେ ବାଣର ଅନଲାଇନ୍ ବିକ୍ରି/ଡେଲିଭରି ଉପରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି। ଏହି କଟକଣା ୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଲାଗୁ ରହିବ। କଟକଣାକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସ ଡିପିସିସି ଓ ରାଜସ୍ୱ ବିଭାଗ ସହ ମିଶି କାର୍ଯ୍ୟ ଯୋଜନା ତିଆରି କରାଯିବ।’


Share It

Comments are closed.