ଧମକ ଦେଇ ଟଙ୍କା ନେଇଥିଲେ ଆୟେଶା? ଧାୱନଙ୍କୁ ନ୍ୟାୟ ଦେଲେ ଭାରତୀୟ ଅଦାଲତ

Share It

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନଙ୍କୁ ଏକ ବଡ଼ ଆଇନଗତ ସଫଳତା ମିଳିଛି। ଦିଲ୍ଲୀର ଏକ ଫ୍ୟାମିଲି କୋର୍ଟ ଧାୱନଙ୍କ ପୂର୍ବତନ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ପ୍ରାୟ ୫.୭ କୋଟି ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏକ ଅଷ୍ଟ୍ରେଲିଆ କୋର୍ଟ ସେମାନଙ୍କ ସମ୍ପତ୍ତି ଭାଗବଣ୍ଟା କରି ଧାୱନଙ୍କୁ ଏହି ଅର୍ଥ ଦେବାକୁ କହିଥିଲେ, କିନ୍ତୁ ଦିଲ୍ଲୀ କୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି।

କୋର୍ଟଙ୍କ କହିବା ଅନୁଯାୟୀ, ଅଷ୍ଟ୍ରେଲିଆ ଆଇନର ‘ପ୍ରପର୍ଟି ସେଟେଲମେଣ୍ଟ’ ନିୟମ ଭାରତୀୟ ଆଇନରେ ନାହିଁ, ତେଣୁ ଏହାକୁ ଭାରତରେ ଲାଗୁ କରାଯାଇପାରିବ ନାହିଁ। ଏଥିସହିତ ଧାୱନଙ୍କୁ ଧମକ ଓ ପ୍ରତାରଣା ଦେଇ କିଛି ଆର୍ଥିକ ଚୁକ୍ତି କରାଯାଇଥିବା ଅଭିଯୋଗକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି। ବିଚାରପତି ଦେବେନ୍ଦ୍ର କୁମାର ଗର୍ଗ ଆୟେଶାଙ୍କୁ ୫.୭ କୋଟି ଟଙ୍କା ସହ ୯ ପ୍ରତିଶତ ସୁଧ ଫେରସ୍ତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଧାୱନଙ୍କୁ ନିଜ ମାତୃଭୂମିରେ ଏକ ବଡ଼ ଆଇନଗତ ବିଜୟ ମିଳିଛି। ସୂଚନାଯୋଗ୍ୟ ଯେ, ନିକଟରେ ଶିଖର ଧାୱନ ସୋଫି ସାଇନ୍‌ଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।


Share It

Comments are closed.