ଦିଲ୍ଲୀରେ ପୁଣି ଫେରିପାରେ ଲକଡାଉନ
ରାଜଧାନୀରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟରେ ଆଫିଡେଭିଟ ଦାୟର କରିଛନ୍ତି। ଏଥିରେ ସରକାର ଲକଡାଉନ ଲଗାଇବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ବୋଲି ଉଲ୍ଲେଖ କରାଯାଇଛି। ଏଥିସହିତ ପଡ଼ୋଶୀ ରାଜ୍ୟ ଅନ୍ତର୍ଗତ ଆସୁଥିବା ଏନସିଆରରେ ମଧ୍ୟ ଲକଡାଉନ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଉକ୍ତ ମାମଲାକୁ ନେଇ ବୈଠକ ଡକାଇବାକୁ କେନ୍ଦ୍ର ସରକାରଙ୍କୁ କୋର୍ଟ କହିଛନ୍ତି। ଆଉ ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ୧୭ ତାରିଖରେ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାରକୁ କୋର୍ଟ କଡ଼ା ସମାଲୋଚନା କରିଥିଲେ। ଶୁଣାଣୀ ସମୟରେ ଆବଶ୍ୟକ ପଡ଼ିଲେ ୨ ଦିନ ପାଇଁ ଲକଡାଉନ ଲଗାଇବାକୁ କୋର୍ଟ କହିଥିଲେ।
Comments are closed.