ତାଲିବାନ ନିମନ୍ତ୍ରଣରେ କାବୁଲରେ ପହଁଞ୍ଚିଲେ ଆଇଏସଆଇ ମୁଖ୍ୟ ଫୈଜ ହମିଦ୍
ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ତାଲିବାନ ସହିତ କିପରି ସମ୍ପର୍କ ରହିଛି ତାହା କାହାକୁ ଅଛପା ନାହିଁ। ଏହା ଭିତରେ କାବୁଲରେ ପୁଣିଥରେ ତାଲିବାନ ଓ ପାକିସ୍ତାନର ମନ୍ଦ ଉଦେଶ୍ୟର ପ୍ରମାଣ ମିଳିଛି। ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପୂର୍ବରୁ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ କାବୁଲରେ ପହଁଞ୍ଚିଛନ୍ତି। ତାଲିବାନର ନିମନ୍ତ୍ରଣରେ ଆଜି ସକାଳେ କାବୁଲ ପହଁଞ୍ଚି ଜେନେରାଲ ତାଲିବାନ ସରକାର ଗଠନର ଠିକ୍ ପୂର୍ବରୁ ବହୁ ପ୍ରସଙ୍ଗ ଉପରେ ନିଜ ପ୍ରତିନିଧିମଣ୍ଡଳୀଙ୍କ ସହିତ ଚର୍ଚ୍ଚାରେ ସାମିଲ ହେବେ।
ସୁତ୍ରରୁ ମିଳିଥିବା ଖବର ଅନୁସାରେ ପାକିସ୍ତାନ ଏହି ସୁଯୋଗର ଫାଇଦା ଉଠାଇବାକୁ ଚାହୁଁଛି। ସେ ଆଫଗାନିସ୍ତାନର କଠୋରପନ୍ଥୀ ସରକାରକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଚାହେଁ। ଏଥିପାଇଁ ତାଲିବାନ କିଛି ନୂଆ ଅଫର ମଧ୍ୟ ଦେଇପାରେ। ଏହା ହୁଏତ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ହମିଦଙ୍କ ସାକ୍ଷାତ ତାଲିବାନର ଶୀର୍ଷ ନେତାଙ୍କ ସହିତ ହେବ। ପାକିସ୍ତାନୀ
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତାଲିବାନର ନିମନ୍ତ୍ରଣ ପାଇବା ପରେ ଆଇଏସଆଇର ନେତା ଦେଖା କରିବାକୁ ଯାଇଛନ୍ତି। ସେଭଳି କାବୁଲ ପହଁଞ୍ଚିବା ପରେ ହମିଦ କହିଛନ୍ତି, ଆମେ ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ପାଇଁ କାମ କରୁଛୁ। ବିଶେଷଜ୍ଞଙ୍କ ମତରେ ହମିଦ ସରକାର ଗଠନରେ ହେଉଥିବା ବିଳମ୍ବ ସହିତ ତେହରିକ୍-ଇ-ତାଲିବାନ-ପାକିସ୍ତାନ ସହିତ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଉଲ୍ଲେଖନୀୟ ଯେ, ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା ପରେ ପାକିସ୍ତାନର ଏହା କୌଣସି ଏକ ବଡ ଅଧିକାରୀ ସ୍ତରୀୟ ଯାତ୍ରା।
Comments are closed.