ଆଇସିସି ପକ୍ଷରୁ ନଭେମ୍ବର ମାସର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ମନୋନୀତ ହେଲେ ୱାର୍ଣ୍ଣର

Share It

ଅଷ୍ଟ୍ରେଲିଆର ବିସ୍ଫୋରକ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ନଭେମ୍ବର ପାଇଁ ମାସର ସର୍ବଶ୍ରେଷ୍ଠ ପୁରୁଷ କ୍ରିକେଟର ଘୋଷିତ ହୋଇଛନ୍ତି। ପୁଣି ୱେଷ୍ଟଇଣ୍ଡିଜ୍‌ର ଅଲ୍‌ରାଉଣ୍ଡର ହେଲି ମାଥ୍ୟୁସ୍‌ ନଭେମ୍ବରର ସର୍ବଶ୍ରେଷ୍ଠ ମହିଳା କ୍ରିକେଟର ଘୋଷିତ ହୋଇଛନ୍ତି। ନଭେମ୍ବର ମାସ ପାଇଁ ଶ୍ରେଷ୍ଠ ପୁରୁଷ କ୍ରିକେଟର ପୁରସ୍କାର ଦୌଡ଼ରେ ୱାର୍ଣ୍ଣରଙ୍କ ସହ ପାକିସ୍ତାନ ଟେଷ୍ଟ ଦଳର ଓପ୍‌ନର ଆବିଦ୍ ଅଲୀ ଓ ନ୍ୟୁଜିଲାଣ୍ଡର ପେସ୍ ବୋଲର ଟିମ୍ ସାଉଦି ମଧ୍ୟ ଥିଲେ। ତେବେ ଟ୍ବେଣ୍ଟି୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିବା ପରେ ଆବିଦ୍ ଓ ସାଉଦିଙ୍କୁ ପଛରେ ପକାଇ ଦେଇଛନ୍ତି ୱାର୍ଣ୍ଣର। ବାମହାତି ଓପ୍‌ନର ୱାର୍ଣ୍ଣର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସୁପର-୧୨ ମ୍ୟାଚ୍‌ରେ ୫୬ ବଲ୍‌ରୁ ବିସ୍ଫୋରକ ଅପରାଜିତ ୮୯ ରନ୍‌ କରିଥିଲେ। ପରେ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ୱାର୍ଣ୍ଣର ୪୯ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲରେ ୫୩ ରନ୍‌ କରିଥିଲେ। ଏହି ବିଶ୍ୱକପରେ ଅଷ୍ଟ୍ରେଲିଆ ଚମ୍ପିଆନ୍ ହୋଇଥିଲା। ୱାର୍ଣ୍ଣର ପୂରା ଟୁର୍ଣ୍ଣାମେଣ୍ଟରେ ୪ଟି ଇନିଂସରୁ ୬୯.୬୬ ଆଭ୍‌ରେଜ୍ ଓ ୧୫୧.୪୪ ଷ୍ଟ୍ରାଇକ୍‌ରେଟ୍‌ରେ ୨୦୯ ରନ୍‌ କରିଥିଲେ। ଅନ୍ୟପକ୍ଷରେ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍‌ର ହେଲି ମାଥ୍ୟୁସ୍ ମୋଟ ୧୪୧ ରନ୍‌ କରିବା ସହ ୯ଟି ୱିକେଟ ନେଇଥିଲେ।


Share It

Comments are closed.