ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ

Share It

ଭୁବନେଶ୍ୱର,୧୮/୦୩:ରାଜଧାନୀରେ ପରିବେଶ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ । ଡମଣା ଓ ଭିଏସ୍‌ଏସ୍‌ ନଗର ଅଞ୍ଚଳର ହାଟଗୁଡିକୁ ପ୍ଲାଷ୍ଟିକ ଫ୍ରି ମାର୍କେଟ କରିବାକୁ ପ୍ରଶାସନର ନିଷ୍ପତ୍ତି ।ଆସନ୍ତା ୧୫ ଦିନ ମଧ୍ୟରେ ଏହି ଦୁଇ ହାଟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ସପ୍ତାହରେ ସ୍ୱେଚ୍ଛାସେବୀ ସଂଗଠନ ମାଧ୍ୟମରେ ବ୍ୟବସାୟୀ ଓ ଗ୍ରାହକଙ୍କୁ ସଚେତନ କରାଯିବ । କାଗଜ ଓ କପଡ଼ ବ୍ୟାଗ ବ୍ୟବହାର ପାଇଁ ପରାମର୍ଶ ଦିଆଯିବ ।ପରବର୍ତ୍ତୀ ସପ୍ତାହରୁ ନିୟମ ଉଲ୍ଲଂଘନ କଲେ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି ।

ପ୍ଲାଷ୍ଟିକ ଦୂଷଣ କମାଇ ପରିବେଶକୁ ସୁରକ୍ଷିତ କରିବା ଏବଂ ସହରକୁ ସ୍ୱଚ୍ଛ ରଖିବା ଲକ୍ଷ୍ୟରେ ଏହି ଉଦ୍ୟମ ଆରମ୍ଭ ହୋଇଛି । ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ସହଯୋଗ ମିଳିଲେ ଏହା ସଫଳ ହେବ ବୋଲି ଆଶା କରାଯାଉଛି ।


Share It

Comments are closed.