କେନ୍ଦ୍ର ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା
କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର । ୧୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ କେନ୍ଦ୍ର ସରକାର । କେନ୍ଦ୍ର ବଜେଟ୍ ୨୦୨୨ର ପରଦିନ ମୋଦି ସରକାର କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । କୁହାଯାଉଛିକି କେନ୍ଦ୍ର ସରକାର କର୍ମଚାରୀଙ୍କ ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାର ଥିଲା । ହେଲେ ସରକାର ୧୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହାକି ଆଶା କରାଯାଉଥିବା ଭତ୍ତା ଠାରୁ ପ୍ରାୟ ୫ ଗୁଣା ଅଧିକ । ଏନେଇ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନେ ଖୁବ୍ ଖୁସି ଅଛନ୍ତି । ସୂଚନା ଥାଉକି ଏହା ଦ୍ୱାରା କେବଳ ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ (CPSEs)ର କର୍ମଚାରୀମାନେ ଲାଭ ପାଇବେ । ଗତ ଜାନୁଆରୀରେ କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ କର୍ମଚାରୀଙ୍କ ଡିଏକୁ କେନ୍ଦ୍ର ସରକାର ସଂଶୋଧନ କରିଥିଲେ। ପୂର୍ବରୁ, କର୍ମଚାରୀମାନେ ୧୭୦.୫ ପ୍ରତିଶତ ହାରରେ ଭତ୍ତା ପାଇଥିଲେ, ଯାହା ବର୍ତ୍ତମାନ ୧୮୪.୧ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
Comments are closed.