ସାଇକ୍ଲୋନିକ ଷ୍ଟ୍ରର୍ମରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ, ୨୬ ତାରିଖ ସୁଦ୍ଧା ସ୍ଥଳଭାଗକୁ ଛୁଇଁବାର ଆକଳନ

Share It

ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ସାମୂଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ୨୬ ତାରିଖ ଦିନ ବାତ୍ୟା ଦକ୍ଷିଣ ଓଡ଼ିଶାର ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟ କଳିଙ୍ଗପଟ୍ଟନମ ଦେଇ ଭୂ-ଭାଗକୁ ପ୍ରବେଶ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କି.ମି. ରହିବ ବୋଲି ଆକଳନ କରାଯାଉଛି । ବାତ୍ୟାସ୍ଥଳ ଭାଗ ଛୁଇଁବା ସମୟରେ ୪ରୁ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି। ବାତ୍ୟା ପ୍ରଭାବରେ ଶନିବାର ସନ୍ଧ୍ୟା ପରଠୁ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ। ଘର୍ଣ୍ଣିବଳୟ ସାଇକ୍ଲୋନ୍ ଷ୍ଟ୍ରର୍ମର ରୂପ ନେବ। ଏହା ପ୍ରବାଭରେ ୬୦ରୁ ୭୦ କିମି ବେଗରେ ପବନ ବୋହିବ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ଏସ୍ଆର୍‌ସି ଉପକୂଳର ୭ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ବାତ୍ୟା ନେଇ ଆଲୋଚନ କରିବା ସହ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ସତର୍କ କରାଯାଇଛି। ଗଜପତି ଓ ରାୟଡ଼ା ଭଳି ଜିଲ୍ଲାରେ ଭୂସ୍କଳନ ହେବାର ସମ୍ଭାବନା ରହିଛି। ସେଥିପାଇଁ ମଧ୍ୟ ଜିଳ୍ଲା ପ୍ରଶାସନକୁ ଆଗୁଆ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି।ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଏହା ବ୍ୟତୀତ ନୟାଗଡ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଅନ୍ୟପଟେ ବାତ୍ୟା ପରିସ୍ଥିତିକୁ ଦେଖି ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ଆଲର୍ଟ ଜାରି କରାଯାଇଛି। ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକ ଉଦ୍ଧାକାରୀ ଟିମ୍ ନିୟୋଜିତ କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ୪୨ଟି ଓଡ୍ରାଫ ଟିମ୍‌ , ୨୪ ଟି ଏନଡ଼ିଆରଫ ଟିମ୍ ଏବଂ ୧୦୨ ରୁ ଅଧିକ ଅଗ୍ନିଶମ ବାହିନୀ ସଜାଗ ରବିବାକୁ ଆଲର୍ଟ କରାଯାଇଛି ।

ସେପଟେ ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି । ଦକ୍ଷିଣବର୍ତୀ ଜିଲ୍ଲା ଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି । ଯେଉଁଠି ପାଣି ଅଧିକ ରହିଛି , ସେଠାରୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡ଼ିକାଲ ଆଣିବାକୁ କୁହାଯାଇଛି ।


Share It

Comments are closed.