ଆସନ୍ତା ୨୬ରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟଶ୍ ‘

Share It

୨୬ରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟଶ୍ । ଅର୍ଥାତ ୨୬ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଏନେଇ ଅନୁମାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଏସଆରସି କହିଛନ୍ତି ଯେ,ଆସନ୍ତା ୨୬ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଏହା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଶନିବାର ବଙ୍ଗୋପସାଗରରେ ଲଘୁଚାପର କେନ୍ଦ୍ର ସୃଷ୍ଟି ହେବ । ଲଘୁଚାପ ୨୩ ତାରିଖରେ ଡିପ୍ ଡିପ୍ରେସନରେ ପରିଣତ ହେବ । ୨୪ରେ ଏହା ସାମୁଦ୍ରିକ ଝଡ ଓ ବାତ୍ୟାରେ ପରିଣତ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟାସ୍ଥଳରେ ବିଭିନ୍ନ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ବିଦ୍ୟୁତ ସଂଯୋଗ, ଖାଦ୍ୟ, ପାନୀୟ ଜଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଶୁକ୍ରବାରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ମନା କରାଯାଇଛି । ଏନଡିଆରଏଫ, ଓଡ୍ରାଫ ଟିମ୍, ପାଓ୍ୱାର ସପ୍ଲାଇ ଟିମ୍‌କୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି କହିଛନ୍ତି ।


Share It

Comments are closed.