ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ‘ନିସର୍ଗ’ର ତାଣ୍ଡବଲୀଳା, ବ୍ୟାପକ କ୍ଷୟକ୍ଷତି
ସାମୁଦ୍ରିକ ବାତ୍ୟା ନିସର୍ଗ ବୁଧବାର ଅପରାହ୍ନରେ ମହାରାଷ୍ଟ୍ରର ଉପକୂଳ ବର୍ତ୍ତୀ ଅଞ୍ଚଳର ନିକଟବର୍ତ୍ତୀ ହେବା ମାତ୍ରକେ ବର୍ତ୍ତମାନ ଭୀଷଣ ବେଗର ପବନ ବହିବା ସହ ପ୍ରଚୁର ବର୍ଷା ମଧ୍ୟ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ, ଏହି ପ୍ରକ୍ରିୟା ଆଗାମୀ ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୪୦ କିମି ମଧ୍ୟରେ ବହୁଛି । ନିସର୍ଗର ତାଣ୍ଡବଲୀଳା ଯୋଗୁଁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି । ଅନେକ ସ୍ଥାନରେ ଗଛ ଉପୁଡି ପଡିଥିବାବେଳେ ବିଜୁଳି ଖୁଣ୍ଟି ଠାରୁ ଆରମ୍ଭ କରି ମାଟି ଘର ପର୍ଯ୍ୟନ୍ତ ସବୁ କିଛି ଭାଙ୍ଗି ମାଟିରେ ମିଶି ଯାଇଛି ।
#WATCH: #CycloneNisarga makes landfall along the Maharashtra coast, process will be completed during next 3 hours. Visuals from Alibaug. pic.twitter.com/n5kpRtpBdS
— ANI (@ANI) June 3, 2020
ନିସର୍ଗର ତାଣ୍ଡବଲୀଳାକୁ ଦୃଷ୍ଟିରେ ରଖି ମୁମ୍ବାଇ ଏବଂ ଗୁଜୁରାଟରେ ରେଡ ଆଲର୍ଟ ଜାରି କରାଯାଇଛି । ପାଣି ପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହା ଆଗକୁ ଆହୁରୀ ଗମ୍ଭୀର ଋପ ଧାରଣ କରିପାରେ । ପାଣିପାଗ ବିଭାର ପକ୍ଷରୁ ଦିଆଯାଇଥିବା ସୂଚନ ମୁତାବକ ନିସର୍ଗର ତାଣ୍ଡବଲୀଳାର ଏହି ପ୍ରକ୍ରିୟା ଅପରାହ୍ନ ୪ଟା ମଧ୍ୟରେ ପୂରଣ ହେବାର ଅନୁମାନ କରାଯାଉଛି । ନିସର୍ଗର ସ୍ଥଳଭାଗକୁ ଛୁଇଁବାର ପ୍ରକ୍ରିୟା ଅପରାହ୍ନ ୧୨ଟାରୁ ଆରମ୍ଭ ହୋଇଯାଇଛି । ନିସର୍ଗ ମୁମ୍ବାଇ ଠାରୁ ୯୫ କିମି ଦୂରରେ ଥିବା ଅଲିବାଗ ଠାରୁ ପ୍ରାୟ ୪୫ କିମି ଦୂରରେ ରହିଛି । ଏହା ଆଗାମୀ ତିନି ଘଣ୍ଟା ମଧ୍ୟରେ ମୁମ୍ବାଇ ଏବଂ ଥାଣେ ଜିଲ୍ଲାରେ ପହଞ୍ଚିଯିବ । ସେପଟେ ଗୁଜୁରାଟ ଏବଂ ମହାରାଷ୍ଟ୍ରରର ତଟୀବର୍ତ୍ତୀ ଅଞ୍ଚଳମାନଙ୍କୁ ପ୍ରାୟ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ପ୍ରଶାସନ ପକ୍ଷରୁ କାହାକୁ ସମ୍ୁଦ୍ରକୂଳିଆ ଅଞ୍ଚଳକୁ ନଯିବା ପାଇଁ ବାରଣ କରାଯାଇଛି ।
Comments are closed.