‘ଅମ୍ଫାନ’ପ୍ରଭାବ , ଭଦ୍ରକରେ ପ୍ରବଳ ବର୍ଷା ସହ ପବନ ଆରମ୍ଭ

Share It

ମହାବାତ୍ୟା ଅମ୍ଫାନର ପ୍ରଭାବ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ବହିବା ଆରମ୍ଭ ହୋଇଗଲାଣି । ଭଦ୍ରକରେ ଅମ୍ଫାନ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ପ୍ରବଳ ବର୍ଷା ସହ ଦ୍ରୁତ ଗତିରେ ପବନ ବହିବା ହେତୁ ରାସ୍ତା କଡରେ ଗଛ ଭାଙ୍ଗି ପଡିଯାଇଛି । ଅମ୍ଫାନ ଯେଗୁଁ ଓଡିଶାରେ ପ୍ରବଳ ପବନ ବହିବା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ପାରାଦୀପରେ ଘଣ୍ଟା ପ୍ରତି ୧୦୨, ଚାନ୍ଦବାଲୀରେ ୭୪ କି.ମି, ଭୁବନେଶ୍ୱରରେ ୭୪ କିମି ବାଲେଶ୍ୱରରେ ୬୧ କିମି ପୁରୀରେ ୪୧ କିମି ବେଗରେ ପବନ ବହୁଛି ।
ମହାବାତ୍ୟାକୁ ଅମ୍ଫାନକୁ ଦୃଷ୍ଟିରେ ରଖି ଓଡିଶାରେ ୧୭୦୪ ବାତ୍ୟା ଆଶ୍ରୟସ୍ଥଳୀରେ ୧୧୯୦୭୫ ଲୋକଙ୍କ ସ୍ଥାନାନ୍ତରିତ କରାଯାଇଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ମହାବାତ୍ୟା ଅମ୍ଫାନ ଆଜି ସକାଳ ୬.୩୦ ସମୟରେ ଉତ୍ତର ପଶ୍ଚିମ ବଙ୍ଗୋପସାରରେ ପାରାଦୀପ ଠାରୁ ୧୨୫ କିମି ଦୂର ଦକ୍ଷିଣ ପୂର୍ବ ଦିଗରେ ଏକ ଭୟଙ୍କର ଘୂର୍ଣ୍ଣବଳୟ ସୃଷ୍ଟି କରିଛି । ସେହିଭଳି ଓଡିଶାରେ ଘଣ୍ଟା ଏହାର ବେଗ ୮୨ କିମି ରହିଛି ।
ଯାନବାହାନ ଚଳାଚଳ, ଅତ୍ୟାବଶ୍ୟକ ସାମାଗ୍ରୀ ଏବଂ ଜରୁରୀକାଳୀନ ସେବା ଯେପିର ବ୍ୟାସତ ନହେବ ସେଥିପାଇଁ ଭଦ୍ରକ ଆରଏଣ୍ଡବି ଅଫିସ ସମ୍ମୁଖରେ ଭାଙ୍ଗିପଡିଥିବା ଗଛଟିକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ହଟାଉଛନ୍ତି ।


Share It

Comments are closed.