ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର ପ୍ରଭାବ, ପଶ୍ଚିମବଙ୍ଗରେ ୧୨ ଜଣଙ୍କ ମୃତ୍ୟୁ
ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଘଣ୍ଟା ପ୍ରତି ୧୯୦ କିମି ବେଗରେ ବୁଧବାର ଅପରାହ୍ନ ୨.୩୦ ସମୟରେ ପଶ୍ଚିମବଙ୍ଗ ଦୀଘା ଏବଂ ବାଂଲାଦେଶ ହଟିୟା ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିଛି । ଏହି ମହାବାତ୍ୟା ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ପରେ ଏହାର ପ୍ରଭାବରେ ଦୀର୍ଘ ୪ ଘଣ୍ଟା ଧରି ଲାଗିରହିଥିଲା ଏହା ସହ ୧୬୦ରୁ ୧୭୦ କିମି ବେଗରେ ପବନ ବହିବା ମଧ୍ୟ ଲଗି ରହିଥିଲା । ପଶ୍ଚିମବଙ୍ଗ ଏବଂ ଓଡିଶାରେ ଏହାର ପ୍ରଭାବରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ କେତେକ ସ୍ଥାନ ଜଳମଗ୍ନ ମଧ୍ୟ ହୋଇଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ସାମୁଦ୍ରିକ ବାତ୍ୟା ଦୁର୍ବଳ ହୋଇପାରେ ।
West Bengal: Trees uprooted & waterlogging in several parts of Kolkata in wake of #CycloneAmphan. The cyclone is very likely to weaken into a deep depression during the next 3 hours as per India Meteorological Department (IMD). pic.twitter.com/f81DZw3a0W
— ANI (@ANI) May 21, 2020
କୋଲକତା ଏୟାରପୋର୍ଟ ରୋଡରେ ଉପୁଡିପଡିଥିବା ଗଛ ଗୁଡିକୁ ଏନଡିଆରଏଫ ଦଳ ଦ୍ୱାରା କାଟିକି ସଫା କରାଯାଉଛି ।
Restoration work by National Disaster Response Force (NDRF) personnel underway at Airport Road in Kolkata, West Bengal: SN Pradhan, Director General of National Disaster Response Force #CycloneAmphan pic.twitter.com/wVmiiTNOjl
— ANI (@ANI) May 21, 2020
ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବୁଧବାର ରାତ୍ରି ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ଏହି ଭୟଙ୍କର ମହାବାତ୍ୟା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି । ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ଘଟିଛି । ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳମାନଙ୍କରେ ବର୍ତ୍ତମାନ ଯୋଗାଯୋଗ ସ୍ଥାପନ କରାଯାଇ ପାରୁ ନାହିଁ । ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ ଆକଳନ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ ।
ମମତା ବାନାର୍ଜୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେ ମହାମାରୀ କରୋନା ଅପେକ୍ଷା ସବୁଠାରୁ ଅଧିକ କ୍ଷତି ଏହି ସାମୁଦ୍ରିକ ବାତ୍ୟା ଅମ୍ଫାନରେ ସହିଛୁ ।
ଭାରତୀୟ ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ସାମୁଦ୍ରିକ ବାତ୍ୟା ଅମ୍ଫାନ, ୧୮ ଘଣ୍ଟା ମଧ୍ୟରେ ଶ୍ରେଣୀ ୧ରୁ ଶ୍ରେଣୀ ୫ର ସୁପର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହୋଇଥିଲା । ଗତ ୨୦ ବର୍ଷ ମଧ୍ୟରେ ପୂର୍ବତଟରେ ଲ୍ୟାଣ୍ଡଫଲ କରିଥିବା ଏହା ହେଉଛି ଦ୍ୱିତୀୟ ଶକ୍ତିଶାଳୀ ମାହାବାତ୍ୟା । ଏହା ପୂର୍ବରୁ ୧୯୯୯ରେ ଓଡିଶାରେ ତାଣ୍ଡବଲୀଳା ରଚିଥିବା ମହାବାତ୍ୟା ସବୁଠାରୁ ଶକ୍ତିଶାଳୀ ମହାବାତ୍ୟା ଥିଲା । ଏଥିରେ ପ୍ରାୟ ୧୫୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବାବେଳେ କେତେକ ନିଖୋଜ ମଧ୍ୟ ହୋଇଯାଇଥିଲେ ।
Comments are closed.