ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ର ତାଣ୍ଡବଲୀଳା ଦେଖି ମମତା କହିଲେ ‘ସୋର୍ବୋନାଶ ହୋଏ ଗେଲୋ’

Share It

ସାମୁଦ୍ରିକ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ଏବଂ ଓଡିଶାରେ ତାଣ୍ଡବଲୀଳା ରଚିବା ଫଳରେ ଏଥିରେ ୧୪ ଜଣଙ୍କ ପ୍ରାଣହାନୀ ହେବା ସହ ଅନେକ ଧନ-ସମ୍ପତି ମଧ୍ୟ ନଷ୍ଟ ହୋଇଛି । ମହାବାତ୍ୟା ଅମ୍ଫାନ ତ ଚାଲିଗଲା କିନ୍ତୁ ପଛରେ ଛାଡିଗଲା ଅନେକ ଯନ୍ତ୍ରଣାଦାୟକ ଛାପ । ଘରବାଡି, ଫସଲ, ବିଦ୍ୟୁତ ସରାବହ ଏବଂ ଅନେକ ବିରାଟ କାୟ ଗଛ ଏହି ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ମାଟିରେ ମିଶିଯାଇଛି । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ‘ପ୍ରଳୟ’ର ଆଖା ଦେଇଛନ୍ତି ।
ବୁଧବାର ଦିନ ମମତା ବାନାର୍ଜୀ କୋଲକତାସ୍ଥିତ ଅମ୍ଫାନ ୱାରରୁମରେ ଉପସ୍ଥିତ ଥିଲେ ଏବଂ ପ୍ରଳୟଙ୍କାରୀ ବାତ୍ୟା ଅମ୍ଫାନର ଗତିବିଧି ସଂପର୍କରେ ଟିକିନିକି ଖବର ନେଉଥିଲେ । ଯେତେବେଳେ ପଶ୍ଚିମବଙ୍ଗରେ ଅମ୍ଫାନ, ଲ୍ୟାଣ୍ଡଫଲ କଲା ଏବଂ ତାଣ୍ଡବଲୀଳା ରଚିବା ଆରମ୍ଭ କଲା, ସେତେବେଳେ ମମତା ବାନାର୍ଜୀ ଏହାକୁ ଦେଖି ‘ସୋର୍ବୋନାଶ ହୋଏ ଗେଲୋ (ସର୍ବନାଶ ହୋଇ ଗଲା / ପ୍ରଳୟ ହୋଇଗଲା)’ ପ୍ରଥମ ବାକ୍ୟ ବାହାର କରିଥିଲେ । ମମତା ବାନାର୍ଜୀ ବଙ୍ଗଳା ଭାଷାରେ ଏହା କହିଥିଲେ ।
ମମତା ବାନାର୍ଜୀ କହିଥିଲେ ଯେ, କରୋନା ଭାଇରସ ଠାରୁ ଆହୁରୀ ଭୟଙ୍କର ମହାବାତ୍ୟା ଅମ୍ଫାନ ଅଟେ । ସେ ଅମ୍ଫାନର ପ୍ରଭାବକୁ ବାଖ୍ୟା କରି ‘ତାଣ୍ଡବ’ ଶବ୍ଦର ପ୍ରୟୋଗ କରିଥିଲେ । ବର୍ତ୍ତମାନ ସୁଧା ଏହି ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି ଏବଂ ଏହାର ସଂଖ୍ୟା ଆଗକୁ ଆହୁରୀ ବଢିପାରେ ବୋଲି ମମତା କହିଛନ୍ତି ।
ବୁଧବାର ସନ୍ଧ୍ୟାରେ ମମତା କହିଛନ୍ତି ଯେ, “ମୁଁ ୱାରରୁମରେ ବସିଥିଲି । ଏବଂ ଦେଖିଲି ନବନ୍ନାସ୍ଥିତ ମୋ କାର୍ଯ୍ୟାଳୟ ହଲୁଛି । ମୁଁ ଯୁଦ୍ଧକାଳୀନ ଭିତ୍ତିରେ ଏକ କଠିନ ପରିସ୍ଥିତିର ମୁକାବିଲା କରୁଛି ।”ସେ ଆହୁରୀ କହିଛନ୍ତି ଯେ, “ଏହି ପ୍ରଳୟଙ୍କାରୀ ବାତ୍ୟା ଯୋଗୁଁ ରାଜ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି । ଆମକୁ ସବୁ କିଛି ପୁଣି ଥରେ ନିର୍ମାଣ କରିବାକୁ ପଡିବ । ଉତ୍ତର ଏବଂ ଦକ୍ଷିଣ ୨୪ ପରଗଣା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ” ମମତା ଆହୁରୀ ମଧ୍ୟ କହିଛନ୍ତି ଯେ, “ଆମେ ବର୍ତ୍ତମାନ ତିନୋଟି ସମସ୍ୟାର ସମ୍ମୁଖୀନ ହେଉଛି । ପ୍ରଥମତଃ ମହାମାରୀ କରୋନା ଭାଇରସ, ଦ୍ୱିତୀୟତଃ ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନ ଏବଂ ତୃତୀୟରେ ଅମ୍ଫାନ ବାତ୍ୟା ।”


Share It

Comments are closed.