‘ଅମ୍ଫାନ’ ପ୍ରଭାବ : ଓଡିଶାରେ ୨ ଏବଂ ବାଂଲାଦେଶରେ ୬ ଜଣଙ୍କ ମୃତ୍ୟୁ
ସାମୁଦ୍ରିକ ବାତ୍ୟା ଅମ୍ଫାନ ବୁଧବାର ଦିନ ଓଡିଶା ଏବଂ ପଶ୍ଚିମବଙ୍ଗରେ ନିଜ ତାଣ୍ଡବଲୀଳା ରଚିଛି । ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ଘଣ୍ଟା ପ୍ରତି ୧୯୦ କି.ମି ବେଗରେ ପବନ ବହିବା ସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟାଇଥିଲା । ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ଅନେକ ଧନ ଜୀବନ ହାନି ହେବା ସହ ୧୨ ଜଣଙ୍କ ପ୍ରାଣ ହାନି ମଧ୍ୟ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ଯେ, ବୁଧବାର ରାତ୍ରି ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ଏହି ଭୟଙ୍କର ମହାବାତ୍ୟା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟିଛି । ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ଘଟିଛି । ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳମାନଙ୍କରେ ବର୍ତ୍ତମାନ ଯୋଗାଯୋଗ ସ୍ଥାପନ କରାଯାଇ ପାରୁ ନାହିଁ । ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର ସଠିକ ଆକଳନ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ । ସେପଟେ ଓଡିଶା ମଧ୍ୟ ଏହାର ଭୟାବହ ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁଁ ୨ ଜଣଙ୍କ ପ୍ରାଣ ହାନୀ ଘଟିଛି । ପ୍ରକାଶ ଥାଉକି, ଓଡିଶା ଏବଂ ପଶ୍ଚିମବଙ୍ଗରେ ଏନଡିଆରଏଫର ୩୯ ଟି ଦଳ ମୁତୟନ ରହିଛନ୍ତି ।
ସାମୁଦ୍ରିକ ବାତ୍ୟା ଅମ୍ଫାନ ପ୍ରଭାବରେ ଭୀଷଣ ବର୍ଷା ହୋଇଛି । ଭୀଷଣ ବର୍ଷା ପାଇଁ ପଶ୍ଚିମବଙ୍ଗର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ସଡକରେ ଅଣ୍ଟାଏ ଅଣ୍ଟାଏ ପାଣି ଜମି ରହିଛି । ପ୍ରବଳ ପବନ ଯୋଗୁଁ ଗଛ ଉପୁଡି ପଡିଛି ଏବଂ ଯାନବାହନ ଗୁଡିକୁ ମଧ୍ୟ କ୍ଷୟକ୍ଷତି ପହଞ୍ଚିଛି ।
West Bengal: Trees uprooted & waterlogging in several parts of Kolkata in wake of #CycloneAmphan. The cyclone is very likely to weaken into a deep depression during the next 3 hours as per India Meteorological Department (IMD). pic.twitter.com/f81DZw3a0W
— ANI (@ANI) May 21, 2020
ଅମ୍ଫାନ ପ୍ରଭାବରେ ପଶ୍ଚିମବଙ୍ଗ ରାସ୍ତାରେ ଗଛ ଉପୁଡି ପଡିଛି । ଏନଡିଆରଏଫ ଦଳ ପକ୍ଷରୁ ଏହାକୁ କାଟି ସଫା କରାଯାଉଛି ।
Road clearance and restoration work underway in Kolkata, West Bengal: SN Pradhan, DG National Disaster Response Force (NDRF) #CycloneAmphan pic.twitter.com/7WNU7VzqGB
— ANI (@ANI) May 21, 2020
ପ୍ରକାଶ ଥାଉକି, ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ବୁଧବାର ଅପରାହ୍ନ ୩.୩୦ରୁ ୫.୩୦ ମଧ୍ୟରେ ପଶ୍ଚିମବଙ୍ଗ ଦୀଘା ଏବଂ ବାଂଲାଦେଶ ହଟିୟା ଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବା ଆରମ୍ଭ କରିଥିଲା । ଅମ୍ଫାନ ପ୍ରଭାବ ଯୋଗୁଁ ପଶ୍ଚିମବଙ୍ଗରେ ପ୍ରାୟ ୫୫୦୦ ଘର କ୍ଷୟକ୍ଷତି ଘଟିଛି । ଓଡିଶାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେପଟେ ବାଂଲାଦେଶରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହାର ପ୍ରଭାବ ଯୋଗୁଁ ସମୁଦ୍ରରେ ୫ ମିଟିର ଉଚ୍ଚତା ଲହଢି ଆସିଥିଲା । ଓଡିଶାର କେନ୍ଦ୍ରପଡା, ବାଲେଶ୍ୱର ଏବଂ ଭଦ୍ରକରେ ଖୁବ ଦ୍ରୁତ ଗତିରେ ପବନ ବହିବା ଆରମ୍ଭ ହୋଇଥିଲା ଏହା ଯୋଗୁଁ ବିଦ୍ୟୁତ୍ ଖୁଣ୍ଟି ଉପୁଡିପଡିଛି ।
Comments are closed.