‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ବ୍ୟାପକ ପ୍ରସ୍ତୁତି

Share It

ମହାବାତ୍ୟା ‘ଅମ୍ଫାନ’ ଏବେ ପାରାଦ୍ୱୀପ ଠାରୁ ଦକ୍ଷିଣରେ ୪୭୦ କି.ମି ଦୂରରରେ ରହିଥିବା ସୂଚନା ମିଳିଛି । ଏହା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୫କି.ମି ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ଅପରାହ୍ନ କିମ୍ବା ବୁଧବାର ସନ୍ଧ୍ୟା ସୁଧା ସୁପର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହୋଇ ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ମଝିଆ ମଝି ଲ୍ୟାଣ୍ଡଫଲ କରିବ । ଏହା ସହ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ସୁଧା ‘ଅମ୍ଫାନ’ର ବେଗରେ ହ୍ରାସ ଘଟି ଏହା ଘଣ୍ଟାପ୍ରତି ୨୦୦ରୁ ୨୧୦ କି.ମି ବେଗରେ ପବନ ବହିବ ଏବଂ ବେଳେବେଳେ ଏହାର ବେଗ ୨୩୦ରେ ମଧ୍ୟ ପହଞ୍ଚିପାରେ ।
ପଶ୍ଚିନବଙ୍ଗର ତାଜପୁର ଏବଂ ପୂର୍ବ ମେଦିନପୁରରେ ‘ଅମ୍ଫାନ’କୁ ଦଷ୍ଟିରେ ରଖି ନାଗରିକମାନେ ଏକ ଅସ୍ଥାୟୀ ବନ୍ଧ ନିର୍ମାଣ କରୁଛନ୍ତି ।

ପାଣିପାଗ ବିଭାଗ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ଓରେଞ୍ଜ ଆଲର୍ଟ ଜାରି କରିଛନ୍ତି । ସେହିଭଳି କୋଲକତା, ହୁଗଳି, ହାୱଡା ଏବଂ ପୂର୍ବ ମେଦିନପୁର ଜିଲ୍ଲାରେ ବ୍ୟାପକ କ୍ଷତି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
ସେହିଭଳି ଓଡିଶା ଏବଂ ପଶ୍ଚିମବଙ୍ଗରେ ୨୦ ମେ’ ପର୍ଯ୍ୟନ୍ତ କୌଣସି ମାଛ ଧରାଳୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ସହ ‘ଅମ୍ଫାନ’କୁ ଦୃଷ୍ଟିରେ ରଖି ଜଗତସିଂହପୁରର ତଟବର୍ତ୍ତୀ ଅଞ୍ଚଳମାନଙ୍କରେ ଏନଡିଆରଏଫ ଦଳ ପହଞ୍ଚି ସେଠାରେ ଗ୍ରାମବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କୁ ଚାଲି ଆସିବା ପାଇଁ କହୁଛନ୍ତି । ‘ଅମ୍ଫାନ’ ପ୍ରଭାବରେ ଆଜି ସଂଧ୍ୟାରେ ବର୍ଷା ଧୀରେଧୀରେ ବଢିବ ଏବଂ ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ବାତ୍ୟା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ରୁ ଓଡିଶାର ପାରାଦୀପ ଠାରୁ ୫୨୦ କି.ମି ଦୂରରେ ଅବସ୍ଥିତ ରହିଛି ।


Share It

Comments are closed.