ରୟାଲ ଏନଫିଲ୍ଡ ୨୦୨୫ ମେଟେଅର୍ ୩୫୦ର ଉନ୍ନତ ସଂସ୍କରଣର ଶୁଭାରମ୍ଭ
ଭୁବନେଶ୍ୱର: ରୟାଲ୍ ଏନଫିଲ୍ଡ, ସମ୍ପୂର୍ଣ୍ଣ ନୂତନ ୨୦୨୫ ମେଟେଅର ୩୫୦ ଉନ୍ମୋଚନ କରି ଏହାର ଲୋକପ୍ରିୟ କ୍ରୁଜର ମୋଟରସାଇକଲକୁ ଉନ୍ନତ କରିଛି । ଆକର୍ଷଣୀୟ ମୂଲ୍ୟ ୧,୯୫,୭୬୨ ଟଙ୍କାରୁ (ଚେନ୍ନାଇ ଏକ୍ସ-ସୋରୁମ) ଆରମ୍ଭ ହୋଇଥିବା ଏହି ମୋଟରସାଇକଲ ଉତ୍ସବ ସମୟରେ ମଧ୍ୟମ ଆକାର କ୍ରୁଜ୍କୁ ପୁନର୍ଗଠିତ କରିଛି । ୨୦୨୫ ମେଟେଅର ୩୫୦ ପୋର୍ଟଫୋଲିଓରେ ଫାୟରବଲ, ଷ୍ଟେଲାର, ଅରୋରା ଏବଂ ସୁପରନୋଭା ଭଳି ଚାରିଟି ଭାରିଆଂଟ ରହିଛି ଯାହା ସାତଟି ଚମକପ୍ରଦ ନୂତନ ରଙ୍ଗରେ ପ୍ରଦର୍ଶିତ ହୋଇଛି । ପ୍ରତ୍ୟେକ ଭାରିଆଂଟକୁ ଏକ ଭିନ୍ନ ରାଇଡର ଚରିତ୍ରକୁ ଲକ୍ଷ୍ୟ କରି ତିଆରି କରାଯାଇଛି ।
୨୦୨୫ ମଡେଲ୍ ବର୍ତମାନ ଏଲଇଡି ହେଡଲାମ୍ପ, ଟ୍ରିପର୍ ନେଭିଗେସନ୍ ପୋଡ, ଏଲଇଡି ଟର୍ନ ଇଣ୍ଡିକେଟର, ୟୁଏସବି ଟାଇପ୍-ସି ଫାଷ୍ଟ-ଚାର୍ଜିଂ ପୋର୍ଟ, ଆସିଷ୍ଟ-ଆଣ୍ଡ-ସ୍ଲିପ୍ କ୍ଲଚ୍ ଏବଂ ଆଡଜଷ୍ଟେବଲ୍ ଲିଭର୍ ଭଳି ସୁବିଧା ରହିଛି । ଏହି ସୁବିଧାଗୁଡ଼ିକ ସହର ଯାତାୟତ ଏବଂ ଦୀର୍ଘ, ଆରାମଦାୟକ ଭ୍ରମଣ ଉଭୟ ପାଇଁ ଅଧିକ ଆରାମଦାୟକ, ସଂଯୁକ୍ତ ଏବଂ ସୁବିଧାଜନକ ରାଇଡିଂ ଅନୁଭୂତି ନିଶ୍ଚିତ କରୁଛି । ମେଟେଅର ୩୫୦ରେ ୩୪୯ ସିସି ଏୟାର-କୁଲ୍ଡ ଜେ-ସିରିଜ୍ ଇଞ୍ଜିନ୍ ରହିଛି ।
ଏହି ଅବସରରେ ରୟାଲ୍ ଏନ୍ଫିଲ୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆଇଶର ମୋଟର୍ସ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବି ଗୋବିନ୍ଦରାଜନ କହିଛନ୍ତି ଯେ, “ମେଟେଅର ୩୫୦ କେବଳ ଏକ ମୋଟରସାଇକଲ ନୁହେଁ, ବରଂ ଏହା ଆରାମଦାୟକ ଯାତ୍ରା ଏବଂ ଖୋଲା ରାସ୍ତାରେ ଅବିସ୍ମରଣୀୟ ଅନୁଭୂତି ପାଇଁ ଏକ ଜୀବନଶୈଳୀ ବକ୍ତବ୍ୟ । ଏହା ରାସ୍ତାରେ ଏକ ଭିନ୍ନ ପରିଚୟ ଖୋଜୁଥିବା ରାଇଡରମାନଙ୍କ ଏକ ନୂତନ ପିଢିକୁ ଆଣିଛି । ମେଟେଅର ୩୫୦ ପୋର୍ଟଫୋଲିଓର ସଂସ୍କରଣକୁ ଆଣିବା ପାଇଁ ଆମେ ବହୁତ ଉତ୍ସାହିତ, ଯାହା ଅମ ପାଂଚ ଲକ୍ଷରୁ ଅଧିକ ମାଲିକାନା ସମ୍ପ୍ରଦାୟଙ୍କ ଅନୁଭୂତିକୁ ଆହୁରି ସମୃଦ୍ଧ କରିବ ବୋଲି ଆମେ ବିଶ୍ୱାସ କରୁଛୁ ।’’
ନୂତନ ୨୦୨୫ ରୟାଲ ଏନଫିଲ୍ଡ ମେଟେଅର ୩୫୦ ଆଜିଠୁ ଟେଷ୍ଟ ରାଇଡ୍ ଏବଂ ବୁକିଂ ପାଇଁ ଉପଲବ୍ଧ, ଯାହାକି ୨୨ ସେପ୍ଟେମ୍ବର, ୨୦୨୫ରେ ରୟାଲ ଏନଫିଲ୍ଡ ଷ୍ଟୋରଗୁଡିକ, ରୟାଲ ଏନଫିଲ୍ଡ ଆପ୍ ମାଧ୍ୟମରେ କିମ୍ବା ସେମାନଙ୍କର ଅଫିସିଆଲ ୱେବସାଇଟେରେ ବିକ୍ରୟ ଆରମ୍ଭ ହେବ । କମ୍ପାନି ଏକ ବିସ୍ତୃତ ବର୍ଦ୍ଧିତ ୱାରେଂଟି ଏବଂ ରୋଡସାଇଡ୍ ଅସିଷ୍ଟାନ୍ସ ପ୍ରୋଗ୍ରାମ୍ ମଧ୍ୟ ଘୋଷଣା କରିଛି ଯାହା ୭ ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ, ଯାହା ଗ୍ରାହକଙ୍କୁ ଦୀର୍ଘମିଆଦୀ ମାଲିକାନା ନିଶ୍ଚିତତା ପ୍ରଦାନ କରୁଛି ।
Comments are closed.