କଟକରେ କୁମ୍ଭୀର, ଅଂଚଳବାସୀ ଆତଙ୍କୀତ
କଟକ, ନୂଆ ପାଟଣା: ନୂଆ ପାଟଣା ମଧୂସୁଦନ ସେତୁ ନିକଟରେ ଏକ ବିଶାଳକାୟ କୁମ୍ଭୀର ଦେଖାଦେଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି। କୁମ୍ଭୀରଟି କେଉଁଠୁ ଭାସି ଆସିଛି ତାହା ବର୍ତ୍ତମାନ ପ୍ରକାଶ ପାଇନଥିବାବେଳେ ବନବିଭାଗ ପକ୍ଷରୁ ଏହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।
ମହନଦୀରେ ପୁଣିଥରେ କୁମ୍ଭୀର ଦେଖାଦେଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବ୍ୟାପିଛି। ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ, ସେତୁ ଓ ନଦୀ ପାର୍ଶ୍ୱରେ ଅତ୍ୟାବଶ୍ୟକ କାରଣ ବ୍ୟତୀତ ଯାଇବାରୁ ବିରତ ହୋଇବେ। ନିକଟରେ ଯାଜପୁରରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବାବେଳେ ଏବେ କଟକରେ କୁମ୍ଭୀର ବାହାରିଥିବା ଯୋଗୁଁ ଲୋକେ ଅଧିକ ଆତଙ୍କୀତ ହୋଇପଡିଛନ୍ତି ।
ବନବିଭାଗ ପକ୍ଷରୁ କୁମ୍ଭୀରଟିକୁ ସୁରକ୍ଷିତ ଭାବରେ ଧରିବା ଓ ପୁଣିଥରେ ଜଙ୍ଗଲୀ ପରିବେଶରେ ଛାଡ଼ିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
Comments are closed.