୭୦୦ ଜମାତୀଙ୍କ ପାସପୋର୍ଟ ଜବତ କଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ
ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି। ଦିଲ୍ଳୀର ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ବଶତଃ ନିଜର ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି।
ସମସ୍ତ ଜମାତି ଭାରତ ଟୁରିଷ୍ଟ ଭିଜା ଜରିଆରେ ଆସିଥିଲେ ଓ ଜମାତରେ ସାମିଲ ହୋଇଥିଲେ। ଭିସା ସର୍ତ୍ତ ଉଲଂଘନ କରିବା ମାମଲାରେ ଭାରତ ସରକାର ସମସ୍ତଙ୍କ ଭିସା ରଦ୍ଦ କରିଦେଇଥିଲେ ଓ ଏଲଓସି ଖୋଳି ଦେଇଥିଲେ, ଯାହାଫଳରେ କୌଣସି ଦେଶରୁ ବାହାରକୁ ଯେପରି ଯାଇ ନପାରନ୍ତି। ମାଲେସିଆର କିଛି ଲୋକ ମିଛ କହି ତାଙ୍କ ଦେଶର ସ୍ପେଶାଲ ଫ୍ଲାଇଟରେ ଯିବାକୁ ଚାହୁଁଥିଲେ। ସେତେବେଳେ ତାଙ୍କୁ ଏହି କାରଣରୁ ଦିଲ୍ଲୀ ଏୟାରପୋର୍ଟରେ ଧରାଯାଇଥିଲା। ମିଜାମୁଦ୍ଧିନ୍ ମରକଜର ମୌଲାନା ସାଦ୍ ଏବେ ବି ଫେରାର ଅଛନ୍ତି। ପୋଲିସ ତାଙ୍କର ସନ୍ଧାନ ଜାରି ରଖିଛି । ସାରା ବିଶ୍ୱରୁ ହଜାର ହଜାର ସଂଖ୍ୟାରେ ନିଜାମୁଦିନ ମରକତକୁ ଆସିଥିବା ଜମାତୀ ଭାରତ କରୋନା ଭାଇରସର ସଂକ୍ରମଣ ବଢାଇଥିବାର ଅଭିଯୋଗ ହୋଇଥିଲା । ନିଜାମୁଦିନ ମରକତର ନେତୃତ୍ୱ ନେଉଥିବା ମୌଲାନା ସାଦ ବର୍ତ୍ତମାନ ଫେରାର ଅଛନ୍ତି । ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଦିଲ୍ଲୀ ପୋଲିସ ଏମ୍ସ କିମ୍ବା କୌଣସି ସରକାରୀ ହସ୍ପିଟାଲରୁ କୋଭିଡ-୧୯ ଟେଷ୍ଟ କରି ମୌଲାନା ସାଦଙ୍କୁ ରିପୋର୍ଟ ଫଠାଇବା ପାଇଁ ଆଦେଶ ଦେଇଥିଲେ । ମୌଲାନା ସାଦଙ୍କ କହିବା ଅନୁଯାୟୀ ସେ କୋଭିଡ-୧୯ ଟେଷ୍ଟ କରି ସାରିଛନ୍ତି ଏବଂ ତାଙ୍କର ରିପୋର୍ଟ ନେଗେଟିଭ ରହିଛି । ମୌଲାନା ନୋଟିସର ଉତ୍ତରରେ କହିଛନ୍ତି ଯେ, ସେ କୋଭିଡ-୧୯ ଟେଷ୍ଟ ସରକାରୀ ନୁହେଁ ବରଂ ଏକ ଘରୋଇ ଲ୍ୟାବରେ କରିଛନ୍ତି ।
Comments are closed.