ନିୟମ ଉଲ୍ଲଘଂନ କରି ତଣ୍ଡ ଗଣିଲେ ଭାରତୀୟ ଦଳର ଏହି କ୍ରିକେଟର


ସାରା ଦେଶରେ କରୋନା ଭାଇରସ ବିରୋଧୀ ଲଢେଇ ପାଇଁ ଲକଡାଉନ ଘୋଷଣା କରାଯାଇଥିବାବେଳେ ଅନେକ ସରକାରଙ୍କ ନିୟମ କାନୁନକୁ ପାଳନ କରିବାକୁ ଯାଇ ସାମାଜିକ ଦୂରତା ମଧ୍ୟ ବଜାୟୀ ରଖୁଛନ୍ତି । ତେବେ ଏହି ମଧ୍ୟରେ କେତେକ ଏହାକୁ ଉଲ୍ଲଘଂନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଉଲ୍ଲଘଂନକାରୀଙ୍କ ମଧ୍ୟରେ ବର୍ତ୍ତମାନ ଜଣେ ଚର୍ଚ୍ଚିତ ବ୍ୟକ୍ତିଙ୍କ ନାମ ସାମନାକୁ ଆସିଛି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ଭାରତୀୟ ଦଳର କ୍ରିକେଟର ରିଶି ଧାୱାନ । ସେ ଲକଡାଉନ ସମୟରେ ଅମାନିଆ ଭାବେ ସରକାରଙ୍କ ନିୟମ କାନୁନକୁ ଭାଙ୍ଗିବା ସହ ତଣ୍ଡ ମଧ୍ୟ ଗଣିଛନ୍ତି ।
ଭାରତୀୟ ଦଳର କ୍ରିକେଟର ରିଶି, ହିମାଚଳ ପ୍ରଦେଶର ମଣ୍ଡିରେ କର୍ଫ୍ୟୁ ଜାରିଥିବା ସମୟରେ ସେ ନିୟମ ଉଲ୍ଲଘଂନ କରିଥିବା ହେତୁ ସ୍ଥାନୀୟ ପୋଲିସ ତାଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରିଛି । ଏହି ସମୟରେ କରୋନା ଭାଇରସ କାରଣରୁ ମଣ୍ଡିରେ କର୍ଫ୍ୟୁ ଜାରି ରହିଛି । ଏହି ସମୟରେ ରିଶି ବିନା ଅନୁମତିରେ ଯାତାୟତ କରିବା ହେତୁ ପୋଲିସ ତାଙ୍କ ଠାରୁ ତଣ୍ଡ ଆଦାୟ କରିଛି ।
ପ୍ରକାଶ ଥାଉକି, ହିମାଚଳରେ ୨୮ଟି କରୋନା ଭାଇରସ ସମ୍ବନ୍ଧିୟ ମାମଲା ସାମନାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟ ୨୧ ଜଣ ଜମାତୀ ଅଟନ୍ତି ବୋଲି ଜାଣିବାକୁ ମିଳିଛି ।


Share It

Comments are closed.