ମେ ୨୪ ଓ ୨୫ ତାରିଖରେ ‘ମାଷ୍ଟର କ୍ରାଫ୍ଟର୍ସ’ ପ୍ରଦର୍ଶନୀର ଆୟୋଜନ କରିବ କ୍ରାଫ୍ଟସ୍ କାଉନ୍ସିଲ ଅଫ୍ ଓଡିଶା

ପୁରସ୍କୃତ ଓ ସମ୍ମାନିତ କାରିଗରଙ୍କ ସହିତ ଓଡିଶା ହସ୍ତଶିଳ୍ପର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶନ କରିବ ।

Share It

ଭୁବନେଶ୍ୱର : କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶା ପକ୍ଷରୁ ଏକ ଦୁଇ ଦିନିଆ ପ୍ରଦର୍ଶନୀ ‘ମାଷ୍ଟର କ୍ରାଫ୍ଟର୍ସ’ର ଘୋଷଣା କରାଯାଇଛି ଯାହା ଓଡିଶାର ପାରମ୍ପରିକ ହସ୍ତକଳା ଓ କାରିଗରୀର ଉତ୍କର୍ଷତାକୁ ପାଳନ କରୁଛି । ଏହି ପ୍ରଦର୍ଶନୀ ଆସନ୍ତା ମେ’ ୨୪ ଓ ୨୫ ତାରିଖ ୨୦୨୫ରେ ଭୁବନେଶ୍ୱର କ୍ଲବର ବାଂକ୍ୱେଟ ହଲ୍‌ରେ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆୟୋଜିତ ହେବ ।

‘ମାଷ୍ଟର କ୍ରାଫ୍ଟର୍ସ’ରେ ଜାତୀୟ ଓ ରାଜ୍ୟ ପୁରସ୍କାରପ୍ରାପ୍ତ କାରିଗରଙ୍କ ସମେତ ୨୦ ଜଣ ମାଷ୍ଟର କାରିଗର ସାମିଲ ହେବେ ଯେଉଁମାନେକି ଓଡିଶାର ହସ୍ତଶିଳ୍ପଗୁଡିକର ବିବିଧ ଶୃଙ୍ଖଳାକୁ ପ୍ରଦର୍ଶିତ କରିବେ । ପଟ୍ଟଚିତ୍ର, ତାଳପତ୍ର ଖୋଦନ, ଟେରାକୋଟା, ପଥର ଓ କାଠ ଖୋଦିତ ବସ୍ତୁ, ଆପ୍ଲିକ୍‌, ଗୋଲ୍ଡେନ ଗ୍ରାସ, ସବାଇ ଗ୍ରାସ, ରୂପା ତାରକସି, ସିସେଲ ଆର୍ଟ, ଢୋକ୍ରା କାଷ୍ଟିଙ୍ଗ୍‌, ଆଦିବାସୀ ପେଂଟିଙ୍ଗ୍ ଓ ହାତ ବୁଣା ଇକ୍କତ ଆଦି କଳାକୃତିଗୁଡିକୁ ପ୍ରଦର୍ଶନ ଓ ବିକ୍ରି କରାଯିବ ।

ଏହି କାର୍ଯ୍ୟକ୍ରମ କାରିଗରୀର ଉତ୍କର୍ଷତାର ପ୍ରଚାର ପ୍ରସାର କରିବା, ସବୁ ସମୟରେ ବଜାର ସୁଯୋଗ ପ୍ରଦାନ କରିବା ଏବଂ କାରିଗର ଓ କ୍ରେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ କାରିଗରମାନଙ୍କୁ କେବଳ ଆର୍ଥିକ ରୂପେ ସହଯୋଗ କରିବ ନାହିଁ ବରଂ ଓଡିଶାର ପାରମ୍ପରିକ ହସ୍ତଶିଳ୍ପର ପ୍ରୋଫାଇଲକୁ ଉନ୍ନତ କରିବ ।

ମେ’ ୨୪ ତାରିଖ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ସଚିବ, ଆଇଏଏସ୍ ଶ୍ରୀମତି ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଏବଂ କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶାର ଅଧ୍ୟକ୍ଷ, ଆଇଏଏସ୍ (ଅବସରପ୍ରାପ୍ତ) ସନ୍ତୋଷ କୁମାର ମହାପାତ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ, ଆଇଏଏସ୍ ଶ୍ରୀମତି ପୁନମ ଗୁହା ତାପସ କୁମାର, ହସ୍ତଶିଳ୍ପର ନିର୍ଦ୍ଦେଶକ , ଆଇଏଏସ୍ ଶ୍ରୀମତି ପ୍ରଣତୀ ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

କ୍ରାଫ୍ଟସ କାଉନ୍ସିଲ ଅଫ ଇଣ୍ଡିଆ ଓ ୱାର୍ଲ୍ଡ କ୍ରାଫ୍ଟ କାଉନ୍ସିଲ ସହ ଜଡିତ କ୍ରାଫ୍ଟସ କାଉନ୍ସିଲ ଅଫ୍ ଓଡିଶା ରାଜ୍ୟର ସମୃଦ୍ଧ ହସ୍ତଶିଳ୍ପ ପରମ୍ପରାର ସଂରକ୍ଷଣ, ପ୍ରଚାରପ୍ରସାର ଓ ସ୍ଥାୟୀ ବିକାଶ ପାଇଁ ଉତ୍ସର୍ଗୀକୃତ ରହିଛି । କାଉନ୍ସିଲ ଦକ୍ଷତା ବିକାଶ, ବଜାର ସଂଯୋଗ, ଉଦ୍ଭାବନ ଓ ସମାବେଶୀ ବିକାଶ ପାଇଁ ସମର୍ଥନ ମାଧ୍ୟମରେ କାରିଗରମାନଙ୍କୁ ସହଯୋଗ କରୁଛି ।

ଏହି କାର୍ଯ୍ୟକ୍ରମ କଳାପ୍ରେମୀ, ସଂଗ୍ରହକାରୀ, ହସ୍ତକଳା କ୍ଷେତ୍ର ଅଭିଜ୍ଞ ବ୍ୟକ୍ତି ଏବଂ ଓଡିଶାର ହସ୍ତଶିଳ୍ପର ଜୀବନ୍ତ ଐତିହ୍ୟର ଅନୁଭୂତି ପାଇବା ଓ ତାହାକୁ ସମର୍ଥନ କରିବା ପାଇଁ ଆଗ୍ରହୀ ଜନସାଧାରଣଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି ।

 


Share It

Comments are closed.