ଶରୀରରେ ଅକ୍ସିଜେନ ସ୍ତର ବୃଦ୍ଧି ପାଇଁ ଏହି ତିନୋଟି ପ୍ରାଣାୟମ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ

Share It

ସମସ୍ତଙ୍କ ଜୀବନରେ ଅକ୍ସିଜେନ୍‌ ଏକ ମହତ୍ତ୍ୱପୂର୍ଣ୍ଣ ଜିନିଷ ହୋଇଥାଏ । କୋଭିଡ୍‌-୧୯ର ଅଧିକାଂଶ ରୋଗୀ ଘାତକ ଭାଇରସ୍‌ର ଦ୍ୱିତୀୟ ଷ୍ଟ୍ରେନ୍‌ ମଧ୍ୟରେ ଗୋଟିଏ ହିଁ ସମସ୍ୟାର ସାମନା କରୁଛନ୍ତି । କୋଭିଡ୍-୧୯ ର ଗମ୍ଭୀର ସଂକ୍ରମଣ ଫୁସଫୁସ୍‌ ଓ ଆକ୍ୟୁଟ୍‌ ରେସ୍ପିରେଟୋରୀ ଡିଷ୍ଟେସନ ସିଣ୍ଡ୍ରୋମ୍‌ର ଭିତରେ ନିମୋନିଆର କାରଣ ସାଜୁଛି ।

ଜଣେ ମାନବ ଶରୀର ପ୍ରତିଦନ ପାଖାପାଖି ୩୫୦ ଲିଟର ଅକ୍ସିଜେନ୍‌ର ବ୍ୟବହାର କରିଥାଏ । ଯଦି କାହାକୁ ୩ମିନିଟ୍‌ ପାଇଁ ମଧ୍ୟ ଅକ୍ସିଜେନ୍‌ ମିଳିନଥାଏ , ତ ସେ ମରିଯାଇ ପାରେ । ଏଥିପାଇଁ ଏହି ଗହନ ସ୍ଥିତି ଭିତରେ ସଂକ୍ରମଣ ଜଙ୍ଗଲରେ ନିଆଁ ଭଳି ବ୍ୟାପିବାରେ ଲାଗିଛି ଏବଂ ଅକ୍ସିଜେନ୍‌ ସିଲିଣ୍ଡରର ଗମ୍ଭୀର ସଙ୍କଟ ରହିଛି । ଏଣୁ ଆମ ପାଇଁ ଏହା ଉଚିତ୍‌ ହେବକି ଆମେ ଆମର ସ୍ୱାସ୍ଥ୍ୟର ସଠିକ୍‌ ଭାବେ ଯତ୍ନ ନେବା । ଏଥିପାଇଁ ଆମକୁ କିଛି ମାତ୍ରାରେ ପରିଶ୍ରମ କରିବାକୁ ପଡ଼ିବ ।

ଚିକିତ୍ସା ବ୍ୟତୀତ କିଛି ନିଶ୍ୱାସ ନେବାର ବ୍ୟାୟାମ ରହିଛି ,ଯାହା ବିଶେଷଜ୍ଞମାନେ ଫୁସଫୁସ୍‌କୁ ସୁସ୍ଥ ରଖିବାକୁ ସୁପାରିଶ କରିଥାନ୍ତି । ଏଥିପାଇଁ ଏକ ସୁନ୍ଦର ଉପାୟ ରହିଛି । ଏହା ମାଧ୍ୟମରେ ଆପଣ ଶରୀରରେ ଅକ୍ସିଜେନ୍‌ ସ୍ତରକୁ ବଢ଼ାଇ ପାରିବେ ।
୧ – ଅନୁଲୋମ-ବିଲୋମ

ଏହାକୁ ଅଦଳବଦଳ ନଷ୍ଟ୍ରିଲ୍‌ ବ୍ରିଦିଙ୍ଗ୍‌ ରୂପେ ମଧ୍ୟ ଜଣାଯାଏ । ଅନୁଲୋମ-ବିଲୋମ ନାକର ରାସ୍ତାକୁ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ଶ୍ୱସନର ମାଂସପେଶୀକୁ ଶକ୍ତି ପହଞ୍ଚାଇ ଥାଏ । ଭୋଜନ ପରେ ଦୀର୍ଘ ସମୟ ଅନ୍ତରରେ ସକାଳ ବା ସନ୍ଧ୍ୟାରେ ଖାଲି ପେଟରେ ଏହାର ଅଭ୍ୟାସ କରନ୍ତୁ ।
୨-ଭ୍ରାମରୀ –

ଭ୍ରାମରୀ ଏକ ହମିଙ୍ଗ ଏକ୍ସରସାଇଜ୍‌ ଅଟେ । ଯାହା ଶରୀରରେ ନାଇଟ୍ରିକ୍‌ ଅକ୍ସାଇଡ୍‌କୁ ବଢ଼ାଇଥାଏ । ଏହା ଶିରା ପ୍ରଶିରା ମାଧ୍ୟମରେ ରକ୍ତର ପ୍ରବାହକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୩-ମତ୍ସାସନ-

ମତ୍ସାସନ , ଯାହା ମାଛ ମୁଦ୍ରା ରୂପେ ମଧ୍ୟ ଜଣାଯାଏ । ଆପଣଙ୍କ ରକ୍ତରେ ଅକ୍ସିଜେନ୍‌କୁ ସମାନ ମାତ୍ରାରେ ବାଣ୍ଟିବା ପାଇଁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିଥାଏ । ଏହା ଆପଣଙ୍କ ଶରୀରରେ ବ୍ଲଡ୍‌ ସର୍କୁଲେସନକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଉପରୋକ୍ତ ଏହି ୩ଟି ଯୋଗାସନକୁ ସଠିକ୍‌ ଉପାୟରେ କରିବା ପାଇଁ କୌଣସି ଭଲ ଯୋଗ ଶିକ୍ଷକ ବା ଯୋଗ ବହିକୁ ଅନୁସରଣ କରନ୍ତୁ । ଆଉ ନିତି ଏହି ଅଭ୍ୟାସକୁ ଜାରି ରଖନ୍ତି । ଯାହାକି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହେବ ।


Share It

Comments are closed.