ଦେଶରେ ଦୈନିକ ସଂକ୍ରମଣ ୩.୪୬ ଲକ୍ଷ ଟପିଲା

Share It

ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଦିନକରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧ କୋଟି ୬୬ ଲକ୍ଷ ୧୦ ହଜାର ୪୮୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ଅବସ୍ଥାରେ ୨,୬୨୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪ରେ ପହଞ୍ଚିଛି। ୨୪ ଘଣ୍ଟାରେ ୨ ଲକ୍ଷ ୧୯ ହଜାର ୮୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୨୫ ଲକ୍ଷ ୫୨ ହଜାର ୯୪୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।


Share It

Comments are closed.