ଦେଶରେ ୧୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Share It

କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୨୪ ଘଣ୍ଟାରେ ୩୨ ହଜାର ୬୯୫ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୪ ହଜାର ୯୫୬ ଜଣ ସଂକ୍ରମିତ ବାହାରିଛନ୍ତି ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୩୮ରେ ପହଞ୍ଚିଛି। ଏହା ସହିତ ଗୋଟିଏ ଦିନରେ ୬୮୭ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୫ ହଜାର ପାର୍‌ ହୋଇଯାଇଛି। ଏବେ ସୁଦ୍ଧା ଦେଶରେ ୨୫ ହଜାର ୬୦୨ ଜଣଙ୍କ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୨ ହଜାର ୪୭୩ ସକ୍ରିୟ ରୋଗୀ ଥିବାବେଳେ ୬ ଲକ୍ଷ ୩୫ ହଜାର ୭୫୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି


Share It

Comments are closed.